ପ୍ରୀତିର ସାଗର ତୀରେ
ପ୍ରୀତିର ସାଗର ତୀରେ
ଛାତିରେ ଭରିଲି ଅସରା କୋହ ମୁଁ
ଆଖିରୁ ଢାଳିଲି ଲୁହ
ଗୁଣୁ ଗୁଣୁ ହୋଇ ଗୀତ ମୁଁ ଗାଇଲି
ଶୁଣିଲନି କିଆଁ କୁହ ?
କେତେ ଶରଧାରେ କହିଥିଲ ଦିନେ
ବର୍ଷା ମୋର ପ୍ରଣୟିନୀ
ଆଜି କାହିଁ ପାଇଁ ମୂକ ପାଲଟିଲ
ମୁଦିଲ ନୟନ ବେନି I
ବର୍ଷା ହୋଇ ଦିନେ ଆସିଥିଲ ସଖୀ
ଛୁଇଁଲନି ମୋର ଦେହ
ଝରକା ଏପାଖେ କେତେ ମୁଁ ଡାକିଲି
ଢାଳି ଢାଳି ମୋର ଲୁହ I
ତୁମେ ଗଲାପରେ ସପନ ହଜିଛି
ହଜିଛି ବରଷା ରାତି
ତୁମରି ସ୍ମୃତିର ଗୋଲାପ ଶେଯରେ
ବିଳପି ଉଠୁଛି ଛାତି I

