STORYMIRROR

SARATA KUMAR DAS

Romance

3  

SARATA KUMAR DAS

Romance

ପ୍ରୀତିଛନ୍ଦା

ପ୍ରୀତିଛନ୍ଦା

1 min
228


ପାଦରେ ନୂପୁର ନୟନେ କଜ୍ବଳ 

ମଥାରେ ସିନ୍ଦୂର ଦେଇ

ବଧୂ ବେଶେ ତମେ ହେବ ଝଲମଲ

ପ୍ରୀତି ଫୁଲେ ସଜା ହୋଇ ।।


କପାଳରେ ତମ ତନ୍ଦନର ଟିପା

ଦାଉ ଦାଉ ଝଲସିବ 

ସରଗ ରାଇଜୁ ତାରାଫୁଲସବୁ

ଧୀରେ ଧୀରେ ଖସୁଥିବ ।।


ନାଲି ଅଳତାରେ ଭିଜୁଥିବ ତମ

କଅଁଳ କୋମଳ ପାଦ

ଓଠରେ ତମର ଚମ୍ପା ଫୁଟୁଥିବ 

ଶୁଭୁଥିବ ଶଙ୍ଖନାଦ ।।


ଝରିପଡୁଥିବ ଚୂନା ହସ ତମ

ମହମହ ବାସୁଥିବ

ଫୁଲ ବଗିଚାରେ ଭ୍ରମରଙ୍କ କେଳି

ଗୁଂଜରିତ ହେଉଥିବ ।।


ଓଢଣୀରେ ତମ ଜହ୍ନ ଖେଳୁଥିବ

ଝରୁଥିବ ମଧୁ ଜ୍ୟୋସ୍ନା

ଆଂଜୁଳିରେ ତମ ପ୍ରେମର ପୀୟୂଷ 

ରଜନୀଗଂଧା ର ବାସ୍ନା  ।।


ପାର୍ବଣ ପାର୍ବଣ ଲାଗୁଥିବ ଦିନ

ବାଜୁଥିବ ସାହାନାଇ

ବସନ୍ତ ମଳୟ ବହୁଥିବ ଧୀରେ

ସଂଜ ଆସୁଥିବ ନଇଁ  ।।


ଅଳସୀ ରାତିଟା ସ୍ବପ୍ନ ବାଣ୍ଟୁଥିବ

ରହିଥିବି ବାଟ ଚାହିଁ

ତମ ଆଗମନେ ନୀରବ ପ୍ରହର

କୋଳାହଳେ ଥିବ ରହି  ।।

 

ପ୍ରୀତିର ମଦିରା ଛୁଉଁଥିବ ଓଠ

ଅଭିସାର ତାଳେ ତାଳେ

ଝୁମୁଥିବ ମନ ଝୁମୁଥିବ ପ୍ରାଣ 

କାମନାର ଅଗ୍ନି କୋଳେ ।।


ଫୁଲ ଚାଙ୍ଗୁଡିରେ ନିତି ଦେଖୁଥିବି

(ତମ) ଗହମ ରଙ୍ଗର ମୁହଁ 

ମୋ ସିକ୍ତ ହୃଦୟେ ଦୋଳି ଖେଳୁଥିବ

(ତମ)ମଧୁ ଝରା ସୁନା ଦେହ ।।


ସୁରରେ ତମର ପ୍ରୀତିର ଗଜଲ

ଛନ୍ଦେ ଛନ୍ଦେ ରୂପ ରସ

ତମେ ପ୍ରୀତିଛନ୍ଦା ପ୍ରୀତିରେ ତ ବନ୍ଧା

ମଧୁ ବରଷିବ ମାସ  ।। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance