ପ୍ରୀତି ପ୍ଲାବନ
ପ୍ରୀତି ପ୍ଲାବନ
ପ୍ରୀତି ଭରା ମନେ ମଧୁର ଚୁମ୍ବନେ
ଦିଅ ଯେବେ ମୋତେ ଛୁଇଁ
ପ୍ରେମ କୁଞ୍ଜବନେ ଫଗୁଣ ଫେରଇ
ଇନ୍ଦ୍ରଧନୁ ପଡ଼େ ଉଇଁ ।
ଆଗୋ ସୁକୁମାରୀ ମୋ ଫୁଲେଇ ରାଣୀ
ଫୁଲଠୁ କୋମଳ ମନ
ଅଳସୀ ଷୋଡ଼ସୀ ଆଗୋ ମୋ ରୂପସୀ
ତୋ ପ୍ରେମେ ବନ୍ଧା ମୋ ମନ ।
ପାଇଛି ଯୋ ଦିନୁ ତୋ ପ୍ରେମ ପରଶ
ଭୁଲିଛି ନିଜର ଠିକଣା
ଥା ମୋର ସାଥେ ଜନମ ଜନମ
ଝାରି ତୋ' ପ୍ରେମ ଝରଣା ।

