ପ୍ରୀତି ଫୁଲ
ପ୍ରୀତି ଫୁଲ
ସୁହାଗିନୀ ପ୍ରିୟା ଯତନେ ତୋଳିଛି
ଶରଧାରେ ପ୍ରୀତିଫୁଲ
ସମର୍ପଣ ସତେ କରିବକି ମୋତେ
କରିବି ମୁଁ'ତାକୁ ଗେଲ ।
ଶୁଭ ଲଗନରେ ମୁଁତା" ସାଥିରେ
ଏକାନ୍ତରେ ଥିଲି କାଲି
ସେଥିପାଇଁ ଆଶା ଅଛି ମୋ'ଭରସା
ଯିବନାହିଁ ମୋତେ ଭୁଲି ।
ମୁଁପ୍ରେମୀ ପ୍ରବର ଦେଖୁଚି ସପନ
କିବା ରାତି ଅବା ଦିନ
ତା"ରୂପ ଲାବଣ୍ୟ କରୁଛି ଅଥୟ
ଅବୁଝା ଏ ଯଉବନ ।
ସପନ ନିଦରେ ଭାବୁଛି ସତରେ
ବଧୂବେଶେ ଆସିବକି
ମହକିବ ଘର ଝରି ପ୍ରେମନୀର
ପ୍ରେମନିଶା ଘାରିବକି ।
ପ୍ରୀତିଫୁଲ ସବୁ ଦବସେ ଅଜାଡି
ମୋର ପାଦପୂଜା ପାଇଁ
ସାଜିବ ସେ'ରାଣୀ ମୋ'ମନ ଜାଣି
ପ୍ରେମଗୀତି ଦବଗାଇ ।
ଅପରୂପା ଛବି ଦେଖୁଚି ମୁଁ ନିତି
ତା'ଓଠର ହସ ଧାଁରେ
ଦୁଃଖ ଭୁଲିଯାଇ ସୁଖ ମୁଁ ଖୋଜେ
ପ୍ରେମୀ ହୃଦ ଅଗଣାରେ ।
କହ ପ୍ରିୟତମା ଭୁଲିବୁନି ଜମା
ପ୍ରୀତିଫୁଲ ଦବୁ ମୋତେ
କଥାତ ରହିଲା ପ୍ରେମତ ବାସିଲା
ସପନ ଦେଖିବା କେତେ ।
ତୁଉତ ମୋଅର ମୁଁ'ବି ତୋଅର
ଆମ ପ୍ରେମେ ନାହିଁ ଶେଷ
ପ୍ରେମ ସପନକୁ ସତ କରିବାକୁ
ଦିଏ ପ୍ରିୟା ଶେଷସ୍ପର୍ଶ ।