Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhagabat Sahoo

Romance

4  

Bhagabat Sahoo

Romance

ପ୍ରୀତି ଫରୁଆ

ପ୍ରୀତି ଫରୁଆ

1 min
334



ପ୍ରୀତି ଫରୁଆ ରେ ଭରି ଦେଲ ତୁମେ

ଭଲ ପାଇବାର ନାଲି ସିନ୍ଦୁର

ତୁମ ପରିଚୟ ନେଇସେ ରହିଛି

ମାଡ଼ିବସି ଜାଗା କପାଳେ ମୋର ।


ତୁମରି ସିନ୍ଦୁର ପିନ୍ଧିଲା ପରେ ମୁଁ

ଫୁଲି ଉଠେ ଛାତି ମୋର ଗର୍ବର

ତୁମେତ ହୋଇଛ ମୋ ମଥା ସିନ୍ଦୁର

ସେହିତ ଅଟ ଇ ସୌଭାଗ୍ୟ ମୋର ।


କେଉଁ ଜନମରେ ପୁଣ୍ୟ କରିଥିଲି

ଏଜନମେ ସାଥି ହେଲ ମୋହର

ତୁମ ବାହୁ ଛାୟା ମୋ ତପ୍ତ ଜୀବନେ

ଆଣି ଦେଇ ଅଛି ହିମ ଶୀତଳ ।


ତୁମ କୋଳେ ଯେବେ ମଥା ରଖିଦିଏ

ଭୁଲେ ଜୀବନ ରୁ ଦୁଃଖ ମୋହର

ସରଗର ସୁଖ ମୋତେ ଆଣିଦିଏ

ତୁମ ଅନାବିଳ ପ୍ରେମ ଆଦର ।


ଉଡ଼ା ଚଢେଇ ମୁଁ ଫାନ୍ଦେ ପକାଇଲା

ତୁମରି ସନ୍ତକ ପ୍ରେମ ସିନ୍ଦୁର

ନିଜଠୁଁ ନିଜର କରି ନେଲ ମୋତେ

କଥା କହି ତୁମେ ଅତି ମଧୁର ।


Rate this content
Log in

Similar oriya poem from Romance