Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhagabat Sahoo

Others

4  

Bhagabat Sahoo

Others

ଶଙ୍ଖ ତ ବାଜିବ ପଦ୍ମ ବି ଫୁଟିବ

ଶଙ୍ଖ ତ ବାଜିବ ପଦ୍ମ ବି ଫୁଟିବ

1 min
9



ନରେନ୍ଦ୍ର ନବୀନ ହୁଅନ୍ତୁ ଏକ

ପାଣ୍ଡିଆ କୁ ତଡ଼ ଯାଉତା ଦେଶ

ଓଡିଶା ମାଟିର କର ବିକାଶ

ତୁମକୁ ମିଳିବ ସବୁ ଭୋଟ !


ଆମରି ଖଣିଜ ସମ୍ପଦ ଯେତେ

ତାହାକୁ ରଖନ୍ତୁ ଆମରି ପାଖେ 

ତା ପାଇଁ କରନ୍ତୁ କଳ କାରଖାନା

ଦାଦନ ହଟିବ ଆମ ଏ ଦେଶେ!


କାର୍ଯ୍ୟାଳୟେ ଯେତେ ପଦବୀ ଅଛି 

ପୂରଣ କରନ୍ତୁ ତାହା ତୁରିତେ

ଯୋଗ୍ୟତା ଭିତିରେ ଦିଅନ୍ତୁ ଚାକିରୀ

ବେକାରୀ ସମସ୍ୟା ନଥିବ ଦେଶେ !


ଚାଷୀ ପାଇଁ କର ଚାଷ ର ସୁବିଧା

ସାର, ବିଷ, ପାଣି ଯୋଗାଅ ହିତେ

ଉତ୍ପାଦନଦ୍ରବ୍ୟ ବିକା କିଣା ପାଇଁ

ନ୍ୟାର୍ଯ୍ୟ ଦର ସ୍ଥିର କର ତୁରିତେ !


ସମସ୍ତଙ୍କୁ ଦିଅ ଶିକ୍ଷା ସ୍ୱାସ୍ଥ୍ୟ ସେବା

ପଢ଼ନ୍ତୁ ରୁହନ୍ତୁ ଭଲେ ସମସ୍ତେ

ରେସନ ସାମଗ୍ରୀ ଗରିବଙ୍କୁ ଦିଅ

କେହି ନ ରୁହନ୍ତୁ ଜଣେ ବି ଭୋକେ !


ପଙ୍ଗୁ ଅକ୍ରମଣ୍ୟ ବୁଢା ବୁଢ଼ୀ ଯେତେ

ଭତା ଦିଅ ତାଙ୍କୁ ରୁହନ୍ତୁ ସୁଖେ

ପାଣି ଓ ବିଜୁଳି ଗ୍ୟାସ ଯୋଗାଅ

ଆଶ୍ରିବାଦ ଦେବେ ମହିଳା ଯେତେ !


ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ର ଦର

କମାଅ କିଣିବେ ଯେବେ ସମସ୍ତେ

ଦୁଃଖ ଘୁଞ୍ଚି ଯିବ ଓଡିଶା ବାସୀଙ୍କ

ହସ ତ ଫୁଟିବ ସବୁରି ମୁଖେ !


ଓଡିଶା ବାସୀଙ୍କ ଏଦାବି ମାନିଲେ

ସମସ୍ତେ ରହିବେ ତୁମରି ପଛେ

ଶଙ୍ଖ ବି ବାଜିବ ପଦ୍ମ ବି ଫୁଟିବ

ରହିବ ଶାସନ ତୁମରି ହାତେ !



Rate this content
Log in