Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhagabat Sahoo

Others

4  

Bhagabat Sahoo

Others

ଆଜି ମୋ ପ୍ରଭୁଙ୍କ ଜନମ ଦିନ

ଆଜି ମୋ ପ୍ରଭୁଙ୍କ ଜନମ ଦିନ

1 min
4



ଆଜିମୋ ପ୍ରଭୁଙ୍କ ଜନମ ଦିନ

ଆଜିର ଦିନରେ ପ୍ରଭୂ ନେଲେଜନ୍ମ 

କୌଶଲ୍ୟା କୋଳରେ ରଘୁ ନନ୍ଦନ

ଧନ୍ୟ ହୋଇଥିଲା ଅଯୋଧ୍ୟା ଧାମ ।


ସେହି ଦିନ ଗୋଟି ମନରେ ପକେଇ

ହରସେ ପାଳନ୍ତି ଭାରତ ବାସୀ

ପ୍ରତି ଘରେ ପୂଜା ପାଏ ରାମ ମୂର୍ତ୍ତି

ମନେ ରଖିବାକୁ ତାଙ୍କର କୀର୍ତ୍ତି ।


ଯାହାଙ୍କ ଚରିତ୍ର ଋଷି ବାଲ୍ମୀକ

ସ୍ୱର୍ଣ୍ଣ ଅକ୍ଷରରେ ଅଛନ୍ତି ଲେଖି

ତାଙ୍କ ପିତୃ ଭକ୍ତି ପରା କାଷ୍ଟା ପାଇଁ

ଆଜିତ ଗର୍ବିତ ସବୁ ହୁଅନ୍ତି ।


ପିତାଙ୍କ ଆଦେଶେ ଛାଡି ରାଜ ପୂର

ରାଜ୍ୟ ଛାଡି ହେଲେ ସେବନବାସୀ

ଘୋର ଜଙ୍ଗଲ ରେ ଦିନ ବିତେଇଲେ

ସଙ୍ଗେ ସୀତା ମାତା ଲକ୍ଷ୍ମଣ ସାଥୀ ।


ଜନ ହିତ ପାଇଁ ବିଧିଲେ ଆସୁର

ଆନନ୍ଦ ଲଭିଲେ ମୁନୀ ଓ ଋଷି

ପଥର ପଥର ହୋଇଲା ଅବଳା

ଅହଲ୍ୟା ହୋଇଲେ ଶାପ ରୁ ମୁକ୍ତି ।


ଶବରୀର ଆଶା ହୋଇଲା ପୂରଣ

କୁଡ଼ିଆରେ ତାର ରାମ ଙ୍କୁ ଦେଖି

ବିଜ୍ଞାନୀ କୈବର୍ତ୍ତ ରାମ ପାଦ ଧୋଇ

ରଖି ଗଲା ସେହି ଅଲିଭା କୀର୍ତ୍ତି ।


ରାମ ଅବତାରେ ରାବଣକୁ ବଧି 

ଧରା କୁ କରିଲେ ପାପ ରୁ ମୁକ୍ତି

ରାମ ପରି ରାଜା ନାହିଁ ତ୍ରିଭୁବନେ

ସେଥିପାଇଁ ସେହି ପୂଜା ପାଆନ୍ତି ।


ପଲ୍ଲୀ ଠୁଁ ସହର ଉତ୍ସବ ମୁଖର

ଜୟ ଶ୍ରୀ ରାମ ନାରା ଲାଗିଛି

ବାଣ ରୋଶଣୀରେ ବାଜା ମାଇକିରେ

ଏ ଦୁନିଆ ଦାଣ୍ଡ କମ୍ପି ଉଠୁଛି ।


ଆସରେ ଗାଇବା ଜୟ ଶ୍ରୀରାମ

ଜୟ ହନୁମାନ ହାତ କୁ ଟେକି 

ଭକ୍ତ ଭଗବାନ ଅପୂର୍ବ ମିଳନ

ପବିତ୍ର ହୋଇବା ଆଖିରେ ଦେଖି ।


Rate this content
Log in