Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhagabat Sahoo

Others

4  

Bhagabat Sahoo

Others

ମଧୁ ଗଣେଶ

ମଧୁ ଗଣେଶ

1 min
8



ଆସିଲେ ଚୈତ୍ର ପ୍ରତି ବରଷ

ତୁମ ପୂଜା ହୁଏ ପାର୍ବତୀ ସୁତ

ବସନ୍ତ ଋତୁରେ ପୂଜା ପାଅ ବୋଲି

ନାମ ତୁମ ଅଟେ ମଧୁ ଗଣେଶ ।


ମଧୁ ବୈଶ୍ୟଙ୍କର ଅଟ ତ ଇଷ୍ଟ

ଗୁଡ଼ିଆ ଜାତିତ ତୁମ ଭକତ

ତୁମକୁ ପୂଜିଲେ ମିଳେ ସୁଖ ଶାନ୍ତି

ଜୀବନେ ମିଳଇ ଯଶ ଅନେକ ।


ସର୍ବ ଦେବ ମଧ୍ୟେ ଅଗ୍ରପୂଜ୍ୟ ଦେବ 

ବିଦ୍ୟା ବୁଦ୍ଧି ଦାତା ପ୍ରଭୂ ଗଣେଶ

ତୁମକୁ ପୂଜିଲେ କଟି ଯାଏ ରିଷ୍ଟ

ଦୂର କର ସବୁ ଯାତନା ଦୁଃଖ ।


ତୁମମେ ଦୟା କଲେ ଗରିବ ମୁହଁରେ

ଫୁଟି ଉଠିଥାଏ ଅଲିଭା ହସ

ତୁମ କରୁଣାରେ ଦୂର ହୋଇଯାଏ

ଜୀବନରେ ଯେତେ ରୋଗ ଓ ଶୋକ ।


ଗିରି ବାଳା ଅଙ୍ଗ ମଳିରୁ ଜାତ ହେ

ଗଜ ମୁଖ ଧାରୀ ହେ ଏକଦନ୍ତ

ତୁମେ ଅଟ ପରା ମଙ୍ଗଳ ମୟ ହେ

ତୁମେ ଅଟ ପୁଣି କରୁଣା ବନ୍ତ ।


ତୁମକୁ ପାଇ ମୁଁ ଇଷ୍ଟଦେବ ରୂପେ

ଧନ୍ୟ ହୋଇ ଅଛି ଏ ଭାଗବତ

ପ୍ରତି ବରଷରେ ଆସିବ ଠାକୁରେ

ନିବେଦନ ମୋର ରଖିବ ନିଶ୍ଚେ ।


Rate this content
Log in