Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhagabat Sahoo

Others

4  

Bhagabat Sahoo

Others

ଜୀବନ ଦର୍ଶନ=≠========

ଜୀବନ ଦର୍ଶନ=≠========

1 min
5



ସବୁ ଆଖି ଲୁହ ଶୁଖି ଗଲା ପରେ

ମଣିଷ ଲଭଇ ଶିକ୍ଷା 

ମରିଯାଏ ମନୁ ଆଶା ଓ ଆକାଂକ୍ଷା

ଯେତେ ସ୍ନେହ ଭଲ ବାସା !


କମଇ ଆଗ୍ରହ କମେ ଉଦିପନ୍ନା

କମିଯାଏ ଅଭିଳାଷା

ସମାଜ ସଂସାର ସମ୍ପର୍କ ତୁଟେଇ

ମଣିଷ ହୁଅଇ ଏକା !


କରେ ଅନୁତାପ କରେ ଅବସୋସ

ମିଛେ ଭ୍ରମି ମରୀଚିକା

ପାପ ପ୍ରଳୟ କୁ ସାଥିରେ ଆଣିଲା 

ବିପଦ ରେ ସାଙ୍ଗ ଦିଏ ନା ବାପା!


ଯାହା ପାଇଁ କଲା ଏତେ ସବୁ ପାପ

କଲେ ସେହି ଅଣଦେଖା

ଲାଭ ଓ କ୍ଷତି ର ଅଙ୍କ ଯୋଡୁ ଯୋଡୁ

ଧର୍ମ ଅଙ୍କ ହେଲା ଫାଙ୍କା !


ବସିଲେ ଉଠିଲେ ବିବେକ ଦଂଶଇ

କିସ କଲୁ ବାଇଆ ଟା 

ବିଷୟା ବିଷ ର କାମନା ତୁଟେଇ

କର ଏବେ ବିଭୁ ଚିନ୍ତା !


ଏହିତ ଅଟ ଇ ଜୀବନ ଦର୍ଶନ

ସଂସାର ର ପରିଭାଷା

ଯାହା ପାଇଁ କରୁ ଯାହା ପାଇଁ ମରୁ

ସେଇ ତ ଦିଅନ୍ତି ଧୋକା !


Rate this content
Log in