Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhagabat Sahoo

Others

4  

Bhagabat Sahoo

Others

ଜୀବନ ଋତୁର ସେଦିନ ବସନ୍ତ

ଜୀବନ ଋତୁର ସେଦିନ ବସନ୍ତ

1 min
7



ଜୀବନ ଋତୁର ସେଦିନ ବସନ୍ତ

ଯାଇଅଛି ଆଜି ହଜି

ବଦଳି ଯାଇଛି ବସନ୍ତ ର ଗତି 

ବୟସର ତାପ ବାଜି !!

ସେଦିନ ବସନ୍ତ ମୃଦୁ ମଳୟ

 ବହୁ ନାହିଁ ପରା ଆଜି 

ଗାଉ ନାହିଁ ଆଉ ପ୍ରେମର କୋଇଲି

କୁହୁ କୁହୁ ତାନ ରାବି !!

ମନର ରଙ୍ଗିନୀ ହଳଦୀ ବସନ୍ତ

ଯାଉନାହିଁ ସାଥୀ ଖୋଜି

ବିରସ ମନରେ ଡାଳେ ବସିସେହି 

ଅତୀତ କୁ ହୁଏ ହେଜି !!

ଦେହ ଉପବନେ ଆଶାର କୁସୁମ

ଫୁଟୁ ନାହିଁ ଆଉ ଆଜି 

ପ୍ରୀତି ବାସ ମଧୁ ପିଇବା ପାଇଁକି

ମଧୁକର ନୁହେଁ ରାଜି !!

ଗଛରୁ ପତର ଝଡିତ ଗଲାଣି

ବସନ୍ତ ଉପରେ ରାଗି 

ଅଙ୍ଗେ ଅଙ୍ଗେ ଆଉ ସବୁଜ ପତର

ଆସି ହେଉ ନାହିଁ ଖଞ୍ଜି !!

ବସନ୍ତର ମୋହ ତୁଟେଇ ଚାହିଛି

କେବେ ତ ଆସିବ ଝାଞ୍ଜି

ଋତୁ ପରେ ଋତୁ ଆସି ସବୁ ଯିବେ

ଜୀବନେ ଲଗେଇ ବାଜି !!



Rate this content
Log in