Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhagabat Sahoo

Others

4  

Bhagabat Sahoo

Others

ଗ୍ରୀଷ୍ମ

ଗ୍ରୀଷ୍ମ

1 min
4


ଗ୍ରୀଷ୍ମର ପ୍ରବାହ ବଢିତ ଗଲାଣି

ଗୁଳୁ ଗୁଳୁ ଜଳେ ଧରା

ଘରେ କି ବାହାରେ ରହି ହେଉ ନାହିଁ

ତାତି ଯାଏ ବସୁନ୍ଧରା ।


ଗ୍ରୀଷ୍ମର ତାପରେ ଜଳିତ ଗଲେଣି

ଯେତେ ସବୁ ବୃକ୍ଷ ଲତା

କଅଁ ଳ ପତର ଝାଉଁଳି ଗଲାଣି

ଝାଉଁଳେ ଗଛ ର ଶାଖା ।


ଶୁଖିତ ଗଲାଣି ନଦୀ ଧାର ସ୍ରୋତ

ଶୁଖିଛି ଝରଣା ଧାର

ଗଢିଆ ପୋଖରୀ ଶୁଖି ଯାଇ ସବୁ

ହୋଇଲେଣି ଦୁଇଫାଳ ।


ଉତ୍ତାପରେ ଜଳେ ଗିରି ବନ ଯେତେ

ହୁ ଉ ହୁ ଉ ଶିଖା ଢାଳି

ଜଙ୍ଗଲର ଯେତେ ଜୀବ ଜନ୍ତୁ ସବୁ

ନିଆଁ ରେ ଯାଆନ୍ତି ପୋଡି ।


ପ୍ରକୃତିର ଏହି କରାଳ ଯନ୍ତ୍ରଣା

ସଭିଙ୍କୁ ଯାଇଛି ଘାରି

ନିଏ ପ୍ରତିଶୋଧ ସଭିଙ୍କ ଉପରୁ

କାହାକୁ ଦିଏନା ଛାଡି ।


ବୃକ୍ଷ ତରୁ ଲତା କାଟି ଦେଇ ସବୁ

ଜଙ୍ଗଲ କୁନାଶକଲ 

ହିମାଳୟ ଗିରି ତାଡି ପକେଇଲ

ଭୂମି ହୋଇଗଲା ଖୋଳ ।


ବିଜ୍ଞନ ର ଅଗ୍ରଗତି କରିସବୁ ଜନ

ନୂଆ ଉଦ୍ଭାବନ କଲ

କଳ କାରଖାନା ଟାୱାର ବସେଇ

ସୂର୍ଯ୍ୟ ଙ୍କୁ ପାଖେଇ ନେଲ ।


ସେଥିପାଇଁ ସାଜେ ପ୍ରକୃତି ବଇରୀ

ଖେଳେ ସେ ନିଆଁର ଖେଳ

ପ୍ରକୃତିକୁ ଧ୍ୱଂସ କରନା ମାନବ

ଘେନିବ ଅଚିରେ କାଳ ।


Rate this content
Log in