ବଉଳ କୋଳି
ବଉଳ କୋଳି
ବଉଳ କୋଳି ଲୋ ବଉଳ କୋଳି
ଗଛଟି ଅଟୁ ତୁ ସୁନ୍ଦର ଭାରି
ଶାଖାକୁ ଏମିତି ସଜେଇ ରଖିଛୁ
ଦେଖିଲେ ଲାଗଇ ପେଣ୍ଡୁଟି ପରି ।
ମୂଳ ଚେର ଡାଳ ପତର ତୋହରି
ସମସ୍ତେ ଅଛନ୍ତି ଗୁଣରେ ପୁରି
ଜନତା ସେବାରେ ସଦା ଲାଗିରହୁ
ତୁହିତ ତୋହର ଜୀବନ ଭରି ।
ତୋ ଡାଳ ଛେଲି ରେ ଘଷିଲେ ଦାନ୍ତ
ଦାନ୍ତ ମୂଳ ହୁଏ ଶକତିଶାଳି
ପତ୍ର ଶିଝା ପାଣି କସା ଲାଗେ ସିନା
ଦେହ ପାଇଁ ଅଟେ ସେ ହିତ କାରି ।
ପାଚିଲେ ତୋକୋଳି ଲାଗେ ଭାରି ମିଠା
ସୁଆଦ ଲଗେସେ ପାଟିକି ଭାରି
ଲୋକ ଙ୍କ ମୁଖରୁ ଶୁଣିଛି ଏକଥା
ତୋ ଚେର ରେ ହୁଏ ଗୁଣି ଗାରେଡି ।
ସବୁ ପରେ ତୋର ଡାଳ ଓ ପତର
ଜାଲଣି ରୂପରେ ଥାଆନ୍ତି ଜାଳି
ଗଛ ତୁ ଏମିତି ସଭିଙ୍କ ପସନ୍ଦ
ସଭିଁଏ ଥାଆନ୍ତି ଆଦର କରି ।
ସମସ୍ତେ ଲଗାନ୍ତି ବାଡ଼ି ବଗିଚାରେ
ବଗିଚା ତାଙ୍କର ଉଠ ଇ ପୁରି
ବର୍ଷା ବେଳେ ଛତା ଖରା ବେଳେ ଛାଇ
ଶୀତଳ ପଵନ ଦେଉ ତୁ ଢାଳି ।
ତ୍ୟାଗ ତ ତୋହର ଅଟଇ ଅସୀମ
ସମାଜ ସଂସାର ପାରେନା ଭୁଲି
ଜୀବନ ସାରା ତୁ ଦେଇତ ଶିକ୍ଷିଛୁ
ପାଇବାର ଆଶା ନାହିଁ ତୋହରି ।