STORYMIRROR

Ramachandra Bhutia

Romance

4  

Ramachandra Bhutia

Romance

ପ୍ରୀତି ଅର୍ଘ୍ୟ

ପ୍ରୀତି ଅର୍ଘ୍ୟ

1 min
365

କେଉଁ ଏକ ଅଜଣା ତିଥିରେ

ଜୋଛନାରେ ବିଚ୍ଛୁରିତ

ଏକାନ୍ତ ମଧୁର ପ୍ରଦୋଷେ

ତୁମକୁ ଦେଖିଲା ପରେ

ହୃଦୟ ମୋ ଦ୍ରବିଭୂତ

ନ ହୋଇ ପାରି ଗୋପ୍ୟ

ହେଲି ଦଣ୍ଡାୟମାନ 

ମୁଁ ତୁମ ସାମ୍ନାରେ ।


ଲାଗିଲା ମୋତେ କି ସତେ

ସ୍ବର୍ଗର ଅପସରା

ରମ୍ଭା ନାରୀ , ମେନକା 

କି ଅବା ଉର୍ବଶୀ

ମର୍ତ୍ତେ ଆସିଛି ଓହ୍ଲେଇ

ମ୍ଳାନ କରି କାନ୍ତି କାଞ୍ଚନର

ଝଲସୁଛି, ଝଟକୁଛି

ମୁଖରେ ତା ନିନ୍ଦୁ ଅଛି ଶଶୀ ।


ହେଲି ମୁଁ ଅବଚେତନ

ନ ଥିଲା ସମ୍ୟକ ଜ୍ଞାନ

ଥାପିଦେଲି ଦେଲି ମୋର ହାତ

ତୁମ କୋମଳ ହାତରେ

ପଡ଼ିଲା ସତେ ଅଶନି

ହେଲ ଇସ୍ତତତ, ଆରକ୍ତ ବଦନ

ଦେଲ ଯେଉଁ ପ୍ରତିକ୍ରିୟା

ମୋ କଳ୍ପନା ବାହାରେ ।


ଥରୁ ଥିଲା ତୁମ ଦେହ

ହୋଇ ଅଧଃ ମୁଖ

କରୁଥିଲ ବ୍ୟର୍ଥ ଚେଷ୍ଟା

କରିବାକୁ ପଳାୟନ

ମୁଁ ବି ହେଲି ଘର୍ମାକ୍ତ

କମ୍ପୁ ଥିଲା ଓଷ୍ଠ

ଯେବେ ହୋଇଲା ଆମ

ଚାରି ଚକ୍ଷୁର ମିଳନ ।


ନ ସ୍ଫୁରିଲା କା' ର ବାକ୍ୟ

ବିତିଗଲା ସନ୍ଧ୍ୟା

ମାତ୍ର, ଦେଲ ପ୍ରତିଶ୍ରୁତି

ହୋଇ ଥାଇ ମୌନ

କଲି ମୁଁ ବି ଅଙ୍ଗୀକାର

ସେଇ ମୁହୂର୍ତ୍ତ ରେ

କଦାପି ମୋ ପ୍ରେମକୁ

ଦେବିନି ହେବାକୁ ମୁଁ ନୁନ୍ୟ ।


ହୋଇ ସ୍ରୋତସ୍ଵିନି 

ବହିଛି ସମୟ

ମଧୁର ମୁହୂର୍ତ୍ତ ଆଣିଛି, ପୁଣି

କେବେ ଝାଞ୍ଜିର ନିଦାଘ

କରିଛି ସେ ଅପଚେଷ୍ଟା

ସୃଷ୍ଟି କରିବାକୁ ଦାଗ

ଯଦି ବା ହୋଇଛି, ହେଲେ ବି

ଲିଭିଛି, ପାଇ ଆମ ପ୍ରୀତି ଅର୍ଘ୍ୟ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance