ପରିବ୍ୟାପ୍ତ ଆକାଶ*†***********
ପରିବ୍ୟାପ୍ତ ଆକାଶ*†***********
ମୁକୁଳା ଏ ଆକାଶ ଅଗଣା ରେ
ଜହ୍ନ ଢାଳି ଶୀତଳ ଯୋଛନା
ଆନନ୍ଦେ ଉଲ୍ଲସିତ ହୁଅଇ
ଟିକି ଟିକି ତାରା ଫୁଲ ମେଳେ ।
ପ୍ରାଚୀ ଗଗନେ ସୂର୍ଯ୍ୟ ଉଏଁ
କିରଣ ବିଞ୍ଚି ଆଲୋକ ଦିଏ
ଚଳ ଚଞ୍ଚଳ ଏ ସାରା ଜଗତେ
କର୍ମ ହିଁ ଜୀବନ ସିଖାଇ ଥାଏ।
ମେଘ ଭାସଇ ନୀଳ ଆକାଶେ
ବଉଦ କୋଳେ ବିଜୁଳି ହସେ
ମନ ହରଷେ ବରଷା ରାଣୀ
ଛମ୍ ଛମ ସୁରେ ଯାଏ ଯେ ଝରି ।
ମାପି ପାରିଛି କି କେହି କେବେ
ପରିବ୍ୟାପ୍ତ ଆକାଶ ର ବିଶାଳତା
ତା ଉଦାର ପଣର ଗଭୀରତା
ମୁଣ୍ଡ ଉପର ଛାତର ଦାମ୍ଭିକତା ।
ଘୋଡେଇ ରଖିଛି ନୀଳ ଓଢ଼ଣୀ
ମଥା ଉପରେ ଆଶିର୍ବାଦ ଭଳି
ଖରା ବର୍ଷା ଶୀତ କାକର ସହେ
ସଭିଙ୍କୁ ଆଦରେ ସୁଖ ବରଷି ଦିଏ।
