STORYMIRROR

Upendra prasad Mahala

Tragedy Classics Inspirational

4  

Upendra prasad Mahala

Tragedy Classics Inspirational

ପରିବର୍ତ୍ତନ

ପରିବର୍ତ୍ତନ

1 min
277





ଭାବି ପାରୁନି କେମିତି ବଦଳିଗଲା
ମାୟାବୀ ସହରର ରୂପ
ଦିନ କେଇଟାରେ ।
ରାସ୍ତାକଡରେ ପିଲା କାଖେଇ
ଠିଅ। ହେଉଥିବା
ମିଛ ମାଅ।ମାନେ ନାହାନ୍ତି କି
ଅଣନିଃଶ୍ବାସୀ ହୋଇ ଧାଉଁଥିବା
ମଣିଷଙ୍କ ଦେଖା ନାହିଁ
ନାଇଟ୍ କ୍ଲବକୁ ଫେରୁନାହାନ୍ତି
ପ୍ରଜାପତିମାନେ...

କେଉଁ ଅଜଣା କଳାକାରର
ପେନ୍ସିଲ ଅ।ର୍ଟ ଭଳି
ଦିଶେ ରାସ୍ତାର ଚେହେରା
କୁଆ କୋଇଲି  ଶୂନ୍ୟ
ଟାଙ୍ଗରା ବନଭୂଇ ଭଳି
ନୀରବ ନିଃସ୍ତବ୍ଧ ।

ବାଟବଣା  ସହରାଭିମୁଖୀ
ମଣିଷ । ନା ଅ।ଗକୁ ବଢ଼ାଇ
ପାରୁଛି ପାଦ ନା ପଛକୁ।
ଗାଁ ମାଟି ବି ଜରାଗ୍ରସ୍ତ
ମିଠା ପାଣି ପବନ ସ୍ଵପ୍ନ।
ଏପଟେ ସହରୀ ସପନ
ଭାରି ଶୁଖାଶୁଖା
ପଲଥିନ୍ ତଳେ ଭୋକର
ମାନଚିତ୍ର। ଛଟପଟ ଜୀବନ।
ଛିନଛତର ଜୀବନଜୀବିକା
କାରଖାନା ଚିମିନି ଛାଡୁନି ଧୁଆଁ
ପ୍ରାଣହୀନ, ମୂକ ଯନ୍ତ୍ର ଦାନଵ ।
ବାଟ ଓଗାଳୁଛି କୋକୁଆ
ଅଜ୍ଞାତବାସରେ ସଭିଏ
ରାସ୍ତାକଡ ମଣିଷଙ୍କୁ
ମିଳୁନି ପାଣି କି ଦାନା ।

ଉହାନ୍ ଠାରୁ ଭୁବନେଶ୍ବର ଯାଏ
ଦିଶୁଛି ତ ସଫା ରାସ୍ତା।
ଲମ୍ବିଛି ବାବନା ଭୂତର ରାଜୁତି ।
ରାସ୍ତାରେ ରାତି ଅଂଧାରରେ
ଚାଲିଛି ସହର ଫେରନ୍ତା 
ଶ୍ରମିକଙ୍କ ପଦଯାତ୍ରା...

ମାଧ କକା, ନଟ ଜେଜେ,
ଫୁଲ ଅପାଙ୍କ ଭଳି ପରୁଖା ମଣିଷ
ଦିନେ କହୁଥିଲେ, ଅ।ଖିଦେଖା କଥା ।
"ବର୍ଷାହେଲେ କେମିତି ଘରେ 
ଆସି ପଶୁଥିଲେ ମାଛ,
ଫଳଫୁଲରେ ହସୁଥିଲା କ୍ଷେତବାଡି।
ଗାଁ ଥିଲା ଏକ ଛୋଟ ଦେଶ
ଆତ୍ମନିର୍ଭରଶୀଳ। ଅଭାବ କଣ ? 
ଜାଣି ନ ଥିଲେ କେହି । 
ଖୁବ୍ ଭଲ ଥିଲା ଅ।ମ ପିଲାଦିନ
ଡର ସହ ମଣିଷ ଲଢୁଥିଲା
ଶିଖିଥିଲା ଜିଇବାର କଳା।
ରାଜନୀତିର ଚକ୍ରବ୍ୟୁହରେ
ଫଶିଗଲା ଗାଁ । ସହରୀ ପବନ
ଛୁଇଁଗଲା ଦେହ। ବଦଳିଗଲା ସମୟ ।
ଜୀବନ ଏବେ ନିଆଁରେ ଚାଲିବା ଭଳି।
ନା ମରି ହେଉଛି ନା ବଞ୍ଚି ହେଉଛି।"

ସହର ଫେରନ୍ତା ପିଲାଙ୍କୁ ପଚାରୁଥିଲେ
"ପ୍ରବାସକୁ ଯାଇ ରୋଗ ନେଇ ଅ।ସିଲ
କୁହ ତ ଗାଁ ଭଲ ନା ସହର ?
ସହର ଦିଏ ପ୍ରତାରଣା, ଶିଖାଏ ଛଳନା।
ଗାଁ ମାଟିର ସଂସ୍କୃତି, ସ୍ନେହକୁ ଚିହ୍ନ,
ନିଜ ଖୋଳପାରୁ ବାହାରି
ଲଢିବା, ଜିଇବା ଶିଖ।'
ପୁଣି ଦିନେ ଲେଉଟିବ ଅତୀତ,
ଦୂରେଇଯିବ ଭୋକ ଓ ଦୁଃଖ।"

"କିଛି ଏଠି ସ୍ଥିର, ଚିରସ୍ଥାୟୀ
ନୁହେଁ ଏମିତି ବି ଦୁଃଖ ......
ହୁଏ ତ ଅ।ସନ୍ତା କାଲି ଅ।ସିବ
ସଜ ସକାଳ, ନୂଅ। ରୂପ ନେଇ
ଅ।ମେ ଥିବୁ କି ନଥିବୁ କେଜାଣି,
ଥିବ ଧାନବିଲ, ଗାଁ ଦାଣ୍ଡ ସବୁଦିନ।"

*******



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy