ପରିବର୍ତ୍ତନ ହେବ, ମାନସିକତା
ପରିବର୍ତ୍ତନ ହେବ, ମାନସିକତା
ତିଆରି ହୁଏ ଦେବାଦେବୀଙ୍କ ମୂର୍ତ୍ତି,
ଛଣ ଉପରେ
ବୋଳା ହୁଏ କାଦୁଅର ପ୍ରଲେପ
ଛଣ ଉପରେ
ଏମିତି ତ ହୁଅଇ ପ୍ରତ୍ୟେକ ବରଷ
ଦଶହରାରେ
ଉଭା ହୁଅ ତୁମେ ଦୁର୍ଗା ଆଉ କାଳୀ
ଙ୍କ ରୂପରେ
ଦିନ ପରେ ଦିନ ଓ ବର୍ଷ ପରେ ବର୍ଷ
ବିତି ଯାଏ,
ରାତି ପାହି ଯାଏ, ଦଶହରା ପାର୍ବଣ
ସରି ଯାଏ
ଆର୍ବିଭୂତା ହୁଅ, ମୃଣ୍ମୟୀରୁ ସାକ୍ଷାତ
ଇଶ୍ୱରୀ ରୂପକୁ
ଧ୍ୱଂସ କରିବାକୁ ସବୁ ପାପୀଙ୍କୁ ଆଉ
ତ ଅନ୍ୟାୟକୁ
ହେଲେ ଦେଖୁଛେ କି କେଉଁ ଦେବା
ଦେବୀଙ୍କ ଶରୀର
ଧ୍ୱଂସ ହେଉ ଅଛନ୍ତି କି ଯେତେ ଘୃଣ୍ୟ
ପାପୀ ମହିଷାସୁର
ଗୀତା ଭାଗବତ ପଠନ ଶ୍ରବଣ ହେଉଛି
ବିଭିନ୍ନ ସଂସ୍ଥାରେ,
ପଠନ ଓ ଶ୍ରବଣ ହୋଇଥାଏ ପ୍ରତ୍ୟେକ
ଘରେ ଘରେ
ମାଗି ଖିଆ ହେଲେ, ଅନ୍ଧତ୍ୱରେ ବିବେକ
ପଣ ହଜିଲେ
ପରିବର୍ତ୍ତନର ଧାରା ଜାଗିବ କି ମାନବ
ହୃଦୟ ମଧ୍ୟରେ
ଦିନକୁ ଦିନ ବଢୁ ଅଛି ଏ ଧରାରେ
ପାପର ଭାର,
ଅବକ୍ଷୟ ଦିନୁ ଦିନ ପରା ଘଟୁ ଅଛି
ମଣିଷତ୍ୱର
ଏଥିପାଇଁ ସମାଧାନ ଚିନ୍ତା ଚେତନା
ଅଭାବ ହୋଇଛି
ନଗ୍ନ ମାନସିକତାରେ ରକ୍ଷକ ଆଜି
ଭକ୍ଷକ ସାଜିଛି
ଜୀବନଟା ଗୋଟେ ରଙ୍ଗମଞ୍ଚ ଜାଣି
ଏହାର ଯାତ୍ରାରେ,
କିଛି ଘନ ଅନ୍ଧକାର ଘୋଟି ଥାଏ
ଆମରି ହାତରେ
ସତରେ କଅଣ କୁହ, ସତରେ କି
ମୁଁ ଏକ ଅନ୍ଧ ସାଜିଛି,
ଦିଶୁନି କିଛି, କହୁଛେ କେବଳ ଯେ
ପାଖରେ ଇଶ୍ୱର ଅଛି।
