ପ୍ରହେଳିକା
ପ୍ରହେଳିକା


*** ପ୍ରହେଳିକା ***
ଏଠି ସବୁ ପ୍ରହେଳିକା
ତୁମ ଆଖିର କୋହ
ମନରେ ମୋହ
ମନ୍ତ୍ର ମୁଗ୍ଧ ଚାହାଣି
ପରଶ ମଣିର ସ୍ପର୍ଶ
ସବୁ ପ୍ରହେଳିକା,
ତୁମର ଭଲପାଇବା
ପ୍ରହେଳିକା କରିଥିଲ ମୋ ଆଗରେ
ସାତ ଜନ୍ମ ପାଇଁ ବାନ୍ଧିହେବ ବୋଲି
ଆଖିରେ ଆଖିଏ ସ୍ବପ୍ନ ବୁଣି
ସମ୍ପର୍କ ଡୋରୀରେ ଅନୁବନ୍ଧିତ
ହେବା ପାଇଁ ପୁଣି
ଶୁଣି ନଶୁଣି ପରିଲା ପରି
ଚେତନା ଅବଚେତନାରେ
ମିଶି ହୋଇଥିଲା ଏକ,
ଅସ୍ତିତ୍ବ ହରାଇଥିଲି ତୁମ ପାଖରେ
କେତେବେଳେ ଜୋଛନା ରାତ୍ରୀରେ
ହାତଧରି ନେଇଥିଲ
ଆମ୍ବ ତୋଟା ମାଳେ, ନଦିକୁଳେ
ମନଭରି କରିଥିଲ ଉପଭୋଗ
ଚାଲିଗଲ କୋଉ ଏକ
ପ୍ରହେଳିକା କରି,
ଲଗାଇଦେଇ ତୁମ ଦେହର କଲାଦା
ଗ
କଲଙ୍କିନି କରି
ଫେରିଆସିବାର ପ୍ରତିଶ୍ରୁତି ଦେଇ
ଦିନ,ଦଣ୍ଡ, ମାସ ଆଉ ବର୍ଷ
ମିଶି ହୋଇଗଲା ଏକ
ତଥାପି ତୁମେ ଆସି ନଥିଲ
ଚାହିଁ ରହିଥିଲି ତୁମକୁ
ଆଉ ତୁମର ଫେରିବା ବାଟକୁ
ଏକା ଏକା ଅଛି ଆଜି
ତପ୍ତ ମରୁ ବାଲିରେ
ଉତ୍ତପ୍ତ ହେବାକୁ ପଡୁଛି
ଏକା ଏକା ତୁମ ବିନା
କେତେ ଯନ୍ତ୍ରଣା ଆଉ
ଖୁଣ୍ଟା କେତେ ସହି
ଭାବୁଛି ମୁଁ ଏଠି
ସବୁ ପ୍ରହେଳିକା, ମାୟା
ବିସ୍ତାରିତ ପାଦକୁ
ପାଦରୁ ପାଦୁକା ପର୍ଯ୍ୟନ୍ତ
ଧୁ - ଧୁ ଧୂସରିତ ଧୂଆଁରେ
ପଶି ଚାଲିଛି ଜୀବନ
ଏକ ଅନ୍ଧାରୀ ଗହ୍ୱରକୁ
କେତେ ଅସହାୟ ଆଜି
ତୁମ ବିନା
ଚାରିଆଡେ ଖାଁ ଖାଁ
ଏଠି ଶ୍ମଶାନର ଭୟ
ସବୁ ପ୍ରହେଳିକା ମୟ ।