ପ୍ରେରଣା
ପ୍ରେରଣା
ଧିକ ଧିକ କରି ବାଟ ଚାଲୁଥିଲି
ଛି ଛି କହି ନିଜ କାମକୁ ନିନ୍ଦିଲି
ପ୍ରଚଣ୍ଡ ଖରାର ଦାଉ ସହିନପାରିଲି
ଜୀବନ ହାରିବି ବୋଲି ସ୍ଥିର କଲି ।
ହେଲେ ନା ମୁଁ ପାରିଲିନି
କାହିଁକି ଜାଣିଛ ??
ମୁଁ ସେଦିନ ଦେଖିଲି ଏକ ନିରୀହ ଛୁଆ
ଖାଇବାକୁ ଦାନା ଟିକେ ନାହିଁ କି
ପିନ୍ଧିବାକୁ ନାହିଁ ପାଶେ ବସନ
ତଥାପି ସେ ହସ ଏମିତି ହସୁଥିଲା
ଯେମିତି ତାର ଦୁଃଖ ହିଁ ନାହିଁ ॥
ଠୋ ଠୋ ହୋଇ ହସୁଛି
ଧଡ ଧଡ ତାଳି ବଜାଉଛି
ସର ସର ଶିଙ୍ଘାଣୀ ବୋହୁଛି
ତଥାପି ସେ ଦମ୍ଭରେ ଠିଆ ହୋଇଛି
ଯେମିତି ତାର ଦୁଃଖ ହିଁ ନାହିଁ ॥
ତା ଠାରୁ ଅନେକ ଶିଖିଲି ସେଦିନ
କାହାକୁ କହିପାରୁନଥିଲି ସେବେ ଠାରୁ
ହେଲେ ଆଜି ମୋ ଭଳି ଜଣେ ମିଳିଗଲା
ସେ ବି ନିଜକୁ ନିନ୍ଦିବାକୁ ନଥିଲା ପଛଘୁଞ୍ଚା
ଜୀବନ ହାରିବାକୁ କରିଥିଲା ଯୋଜନା ॥
କିନ୍ତୁ ମୋର ସେ ଦିନ ଅନୁଭୂତି ହେଲା
ତା ପାଇଁ ଏକ ମହାନ ପ୍ରେରଣା
ଆଉ ସେ ହେଲାନି ବାଟବଣା
ସାର୍ଥକ ହେଲା ମୋ ଜୀବନ
ଧନ୍ୟ ହେଲା ମୋ ଚିନ୍ତନ
ପାଈଗଲି ସୁଖର ସନ୍ଧାନ ॥
