STORYMIRROR

Dipti lekha Mishra

Inspirational

2  

Dipti lekha Mishra

Inspirational

ପ୍ରେରଣା

ପ୍ରେରଣା

1 min
175

ଧିକ ଧିକ କରି ବାଟ ଚାଲୁଥିଲି

ଛି ଛି କହି ନିଜ କାମକୁ ନିନ୍ଦିଲି

ପ୍ରଚଣ୍ଡ ଖରାର ଦାଉ ସହିନପାରିଲି

ଜୀବନ ହାରିବି ବୋଲି ସ୍ଥିର କଲି ।


ହେଲେ ନା ମୁଁ ପାରିଲିନି

କାହିଁକି ଜାଣିଛ ??


ମୁଁ ସେଦିନ ଦେଖିଲି ଏକ ନିରୀହ ଛୁଆ

ଖାଇବାକୁ ଦାନା ଟିକେ ନାହିଁ କି

ପିନ୍ଧିବାକୁ ନାହିଁ ପାଶେ ବସନ

ତଥାପି ସେ ହସ ଏମିତି ହସୁଥିଲା

ଯେମିତି ତାର ଦୁଃଖ ହିଁ ନାହିଁ ॥


ଠୋ ଠୋ ହୋଇ ହସୁଛି

ଧଡ ଧଡ ତାଳି ବଜାଉଛି

ସର ସର ଶିଙ୍ଘାଣୀ ବୋହୁଛି

ତଥାପି ସେ ଦମ୍ଭରେ ଠିଆ ହୋଇଛି

ଯେମିତି ତାର ଦୁଃଖ ହିଁ ନାହିଁ ॥


ତା ଠାରୁ ଅନେକ ଶିଖିଲି ସେଦିନ

କାହାକୁ କହିପାରୁନଥିଲି ସେବେ ଠାରୁ

ହେଲେ ଆଜି ମୋ ଭଳି ଜଣେ ମିଳିଗଲା

ସେ ବି ନିଜକୁ ନିନ୍ଦିବାକୁ ନଥିଲା ପଛଘୁଞ୍ଚା

ଜୀବନ ହାରିବାକୁ କରିଥିଲା ଯୋଜନା ॥


କିନ୍ତୁ ମୋର ସେ ଦିନ ଅନୁଭୂତି ହେଲା

ତା ପାଇଁ ଏକ ମହାନ ପ୍ରେରଣା

ଆଉ ସେ ହେଲାନି ବାଟବଣା

ସାର୍ଥକ ହେଲା ମୋ ଜୀବନ

ଧନ୍ୟ ହେଲା ମୋ ଚିନ୍ତନ

ପାଈଗଲି ସୁଖର ସନ୍ଧାନ ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational