STORYMIRROR

SACHALA GURU

Fantasy Inspirational

4  

SACHALA GURU

Fantasy Inspirational

ପ୍ରେମର ପରିଭାଷା

ପ୍ରେମର ପରିଭାଷା

1 min
201

ପ୍ରାଣ ପ୍ରିୟ ପ୍ରଭୁ ସୃଷ୍ଟିର ବିଭକୁ 

  ଧାରାରେ ଦେଇଛ ସ୍ଥାନ 

ତୁମ ବିନା ଆନ ବୃଥା ମୋ'ଜୀବନ 

  ତୁମେ ମୋ'ପରାଣ ଧନ ||

କେତେ ଦୟାକରି ଆଣିଲ ଧରାକୁ  

   ତୁମେ ମୋ ଜୀବଜୀବନ 

ଭୁଲିବିନାହିଁ ମୁଁ ଜୀବ ଗଲା ଯାଏ

   ରଖିବି ତୁମଠି ମନ ||

ଏଭବ ସାଗରୁ ପାରି ହେବା ପାଇଁ 

   ଦେଇଛି ଧରମ କାତ 

ହେ ପ୍ରିୟପରମ ଦେଲ ସତାନାମ 

   ରଖିଲ ବିଶ୍ୱ ମହତ ||

ଆହେ ପ୍ରେମମୟ ଦେଇଛ ଆଶ୍ରୟ 

   କେତେ ପାଅ ମୋତେ ଭଲ 

ନିଜର ବୋଲିଣ ଭଙ୍ଗା ସଂସାରକୁ 

  ସୁନାକରି ଗଢ଼ି ଦେଲ ||

ହେ ଜୀବନସ୍ୱାମୀ ସତ୍ୟପଥଗ୍ରାମୀ 

   ଦେଲ ଦିବ୍ୟ ଦରଶନ 

ସାରା ଜୀବନ ମୁଁ ତୁମକୁ ଧରିଣ 

   ବିତିଯାଉ ମୋ ଜୀବନ ||


Rate this content
Log in

Similar oriya poem from Fantasy