STORYMIRROR

Papu parida

Romance Others

2  

Papu parida

Romance Others

ପ୍ରେମର ଦୂରତା

ପ୍ରେମର ଦୂରତା

1 min
148


ଦୂର ଆକାଶର ଜହ୍ନ ପରା ତୁମେ 

ଦୂର ପୃଥିବୀର ମୁଁ ବାମନ

କେମିତି କେଜାଣି ଜାଣିପାରିଲିନି 

ତୁମପାଖେ ହଜିଗଲା ଏ ମନ।


ଘଞ୍ଚ ଜଙ୍ଗଲର ସୌନ୍ଦର୍ଯ୍ୟ ତୁମେ

ଥୁଣ୍ଟା ମରୁଭିମିର ମୁଁ ପବନ

କାହିଁକି କେଜାଣି ଦେଖୁଅଛି ମୁହିଁ

ତୁମକୁ ନିଜରକରିବା ସପନ।


ସୁନ୍ଦର ଚେହେରାର ସୁନ୍ଦରତା ତୁମେ

ଚର୍ମ ଭଳି ମୁଁ ଏକ ଆବରଣ

ସୂକ୍ଷ୍ମ ମନ ର ଏ ପ୍ରେମଭିକ୍ଷା ମୋର

କରିବ କେବେ ତୁମେ ଶ୍ରବଣ।


ପ୍ରଚୁର ଗଛ ଭରା ଜଙ୍ଗଲ ତୁମେ 

ସ୍ୱଳ୍ପ ତୃଣ ଥିବା ମୁଁ କାନନ

ମୟୁରି ପରି ସେ କୁହୁକ ଚାହାଣି

ଆଣେ ଏହି ମନେ ତୁଫାନ।


ବଡ କୋଠା ଘର ଝରକା ତୁମେ

ଝାଟିମାଟିଘରର ମୁଁ ଦର୍ପଣ

ଆନ୍ଦୋଳିତ କଲାଣି ମୋତେ ତୁମର

ନୀଳ ନୀଳ ଦୁଇ ନୟନ।


ରାଜା ଘରର ବିଛଣା ତୁମେ 

ଗରିବଘରର ମୁଁ ଆସନ

ଜାଣିନାହିଁ ମୁଁ ସରଳ ମନର ପ୍ରେମକୁ

ତୁମେ କରିବକି ନାହିଁ ଗ୍ରହଣ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance