ପ୍ରେମର ଛିଟା
ପ୍ରେମର ଛିଟା
ପହିଲି ଆଷାଢ଼ ର
ପହିଲି ବରଷା
ପହିଲି ପ୍ରେମ ର
ପହିଲି ଛୁଆଁ
କୁହ ପାରିବ କି
କେବେ ଭୁଲି
ମଧୁଲଗନର ମଧୁର ବେଳାରେ
ମଧୁର ସ୍ପର୍ଶ ରେ
ହଜିଛ କି ନା ନାହିଁ କେହି
ପ୍ରୀତି ର ରଙ୍ଗୋଲି
ଦେହ ସାରା ବୋଳି
ହୋଇନ କି ଆନମନା
ତାହାଲେ ସେ କି ପ୍ରେମ
କୁହ ମୋର ପ୍ରିୟତମା
ଆଖି ବି ନିରବ ଓଠ ବି ନିରବ
ନିରଵେ ପ୍ରେମର ଗୀତି
ଶୁଣିଛ କି ନାହିଁ
କୁହ ପ୍ରିୟା ମୋର
ହୃଦୟକୁ ମୋର ଛୁଇଁ
ତୁମର ସେ ମିଠା
ଲାଜୁଆ ଓଠରେ
ଭିଜିବାକୁ ଇଛା ମୋର
ଛାଡି ଦିଅ ଲାଜ
ବୋଳି ପ୍ରୀତିରାଗ
ମୋ ଜୀବନ କୁ କର ଧନ୍ୟ
ବାହାରେ ବର୍ଷାର
ପ୍ରେମର ରାଗିଣୀ
ଚତୁଃପାର୍ଶ୍ଵେ ଓଦା ଓଦା
ମୋ ଜୀବନ ମରୁରେ
ଛିଞ୍ଚି ଦିଅ ପ୍ରିୟା
ପ୍ରେମର ମଧୁର ଛିଟା
କାହିଁ କେଉଁ କାଳୁ ତୃଷ୍ଣାତ ଅଛି
ଏଇ ମୋର ଦେହ ମନ
ବର୍ଷା ହୋଇ ତୁମେ
ଝରିଯାଅ ଥରେ
ମେଣ୍ଟିଯାଉ ସବୁ ଶୋଷ.....