STORYMIRROR

puja pradhan

Romance Tragedy

3  

puja pradhan

Romance Tragedy

ପ୍ରେମିକା

ପ୍ରେମିକା

1 min
245

ସାମନା, ସାମନାକୁ ଆମରି ଘର

ଆଗରେ ଅଛି ଗୋଟେ ଦୁଆର

ଦୁଆର ପାଖରେ ଗୋଟେ କବାଟ

ସେଠାରେ ମୋ ମନ ଛଟପଟ

ବାହାରକୁ ତମେ ବାହାର ନାହିଁ

ଚାହିଁ, ଚାହିଁ, ମୋର ଦିନ ସରଇ

ବାହାରକୁ ତମେ ବାହାର ଯେବେ

ମୋ ମନକୁ କେତେ ପ୍ରଶ୍ନ ଆସେ

ଜାଣିଛି ତୁମେତା ଦେବ ଉତ୍ତର

ଅନେକ ପ୍ରଶ୍ନର ଉତ୍ତର ଦେଇଛ

ବେଳେ, ବେଳେ, ତୁମେ ଚୁପ ରହିଛ

କାହିଁକି ଏପରି ପଚାରେ ଯେବେ

କିଛି ନକହି ହସି ଦିଅ ତୁମେ

ତୁମେ ପାଖେ ଥିଲେ ଲାଗେ କେତେ ଭଲ

ନଦେଖିଲେ କିଛି ଲାଗେନି ଭଲ

ସକାଳେ ଯାଇ ତୁମେ ସନ୍ଧ୍ୟାକୁ ଆସ

ସେ ପର୍ଯ୍ୟନ୍ତ ଥାଏ ମୋ ମନ ଉଦାସ

ରାଗଲାଗୁଥାଏ ତୁମକୁ ସିନା

ତୁମକୁ ମୁଁ ଭଲ ପାଏ

ସେ କଥା ନାହିଁ ତୁମକୁ ଆଜଣା

ଏକଥା ବି ମୁଁ ଜାଣେ ତୁମେ ମୋତେ

ଅନେକ ସନ୍ଦେହ କରିଛ

ହେଲେବି ମୁଁ ଜାଣେ ତୁମେ ମୋତେ

କେତେ ଭଲ ପାଉଛ

କେତେ ଯେ ହଜାଇ ପାଇଛି ତୁମକୁ

ସେ କଥା ମୁଁ ଜାଣିଛି

ପାଗଳଙ୍କ ପରି କେତେ ମୁଁ ଖୋଜିଛି

ସେକଥା ମନ ଜାଣିଛି

ଏକା ଏକା ଖୋଜି ତୁମକୁ ଯେବେ

ସଞ୍ଜ ହୋଇ ଥିଲା

ତୁମ ଲାଗି ମୋ ଆଖିରୁ ଲୁହ ବୋହୁଥିଲା

ସେ ଲୁହରେ ଲେଖା ଥିଲା ନାଁ ଟି ତୁମର

ସେତବେଳେ ତୁମ ଘର ଲୋକ କଲେ

ମୋ ଠାରୁ ତୁମକୁ ଅନେକ ଦୂର

ହେଲେ ଆଜି ବଦଳିଛି ସମୟର ଚକ

ତୁମ ସହ ହୋଇଛି ମୋର ଦେଖା ଅନେକ

ଆଗର ସେକଥା ତୁମକୁ

ମନେ ପଡୁନି କିଛି

ସେକଥା ଭାବିଲେ ଆଜିବି

ମୋ ମନ ଶୀତେଇ ଯାଉଛି

ପ୍ରତି ମୁହୂର୍ତ୍ତର ସେ ସମୟ

ଥିଲା ଭାରି କଠୋର

ଲାଗୁଥିଲା ତୁମେ ହୋଇଗଲ

ମୋ ପାଇଁ ଭାରି ନିଷ୍ଠୁର

ମୋ ନିଜ ମନକୁ କେତେ ବୁଝେଇଛି

ହେଲେ ତୁମେଯେ ଫେରିବ

ଭାବି ମୁଁ ନଥିଲି

ତୁମରି ନାଁକୁ ମୋ ଛାତିର

କେଉଁ କୋଣରେ ଲେଖି ଦେଲି

ସବୁଦିନ ପାଇଁ ତୁମରି

ପ୍ରେମିକାଟିଏ ହୋଇ ରହିଗଲି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance