ପ୍ରେମ
ପ୍ରେମ
ପ୍ରେମ ଯେ ଅଟଇ ଅଢେଇ ଅକ୍ଷର
ସ୍ନେହ ଶ୍ରଦ୍ଧା ପ୍ରୀତି ପ୍ରଣୟ ଆଦର ।
ଅରପେ ଜୀବନେ ପବିତ୍ର ଉତ୍ସାହ
ଆନନ୍ଦ ଉଦ୍ୟମ ଉତ୍ତମ ବିଚାର ।
ପ୍ରେମ ଅଟେ ସିନା ଯେ ଏକ ବନ୍ଧନ
ପ୍ରେମ ଯୋଗୁଁ ହୁଏ ଅସାଧ୍ୟ ସାଧନ ।
ପ୍ରେମ ହିଁ ଯୋଗାଏ ନବୀନ ଆହ୍ଵାନ
ଆକର୍ଷିତ କରି ପରଷ୍ପର ମନ ।
ଉପୁଜାଏ ସେହି ହୃଦେ ପ୍ରୀତି ସ୍ନେହ
ସ୍ବପ୍ନ ସମ୍ଭାବନା ଭାରେ ମଧୁମୟ ।
କରଇ ଜୀବନ ଉଲ୍ଲାସ ପ୍ଲାବନେ
ସୌହ।ଦ୍ଦ୍ୟ , ସଦ୍ଭାବ , ସ୍ନେହ ଅରପଣେ ।
ଶ୍ରଦ୍ଧା ର ମାଧୁରୀ ମଧୁରେ ଅଜାଡ଼ି
ଭାବ ଉନ୍ମାଦନା ଧାର ସେ ସଜାଡି ।
ବିପୁଳ ବିଭା ରେ ଚିତ୍ତ ଅନୁରାଗେ
ପୁଲକିତ କରେ ପ୍ରେମ ହିଁ ସରାଗେ ।
ପ୍ରେମ ଅଟେ ଏକ ଅନୁଭୁତି ମାତ୍ର
ଜଗତ ରେ ଯାହା ଅତୀବ ବିଚିତ୍ର
ପ୍ରଭାବ ଶାଳୀତା ଗୁଣ ରେ ଅତୀବ
ଅମୂଲ୍ୟ , ଆସ୍ୱାଦ , ଚଖାଇ ସଦ୍ଭାବ ।
ପ୍ରତିଷ୍ଠା ସମୃଦ୍ଧି ପ୍ରାପ୍ତ କ୍ଷମ ପାଇଁ
ଚେଷ୍ଟା ଜାରି ରଖି , ଜନେ ରତ ରହି ।
ଏକ ଆରେକ ର ପ୍ରତି ଅନୁରାଗ
ଜନ ମ।ଏ ହୃଦେ ପ୍ରୀତି ର ପ୍ରବାହ ।
ବାସ୍ତବ ଜୀବନ କରେ ରୂପାୟନ
ସ୍ବପ୍ନ ସମ୍ଭାବନା ସ୍ରୋତ ଧାରେ ମନ ।
ତୋଷ ଓ ପ୍ରସନ୍ନେ ଚେଷ୍ଟିତ ରହଇ
ପ୍ରେମିକ ପ୍ରେମିକା ମନ ନିଏ ମୋହି ।
ପ୍ରେମ ଅଟେ ଏକ ଅନୁଭୁତି ମାତ୍ର
ସୁଦିବ୍ୟ , ସ୍ପନ୍ଦନ ଆହ୍ବାନ ରେ ଚିତ୍ତ ।
ପ୍ରକମ୍ପିତ ହୋଇ ଉଠଇ ଶିହରୀ
ମତୁଆଲା କରେ ପ୍ରଣୟ ଲହରୀ ।
ପ୍ରବାହିତ ଜାରି ରହି ନାନା ମତେ
ଦୁଃଖ , ସୁଖ , ତାପ ପ୍ରବାହ ସହିତେ ।
ଜଡିତ ବହୁତ ଭାବ ଉନ୍ମାଦନା
ଅନୁଭୁତି ରାଶି ପ୍ରଦାନେ ନିପୁଣା ।
ମଧୁ ବୋଳା ସ୍ବପ୍ନ ଭାର ଅର୍ପଣ ରେ
ନବ ନବ ଆଶା ଭରସା ସଞ୍ଚାରେ ।
ରସ ମୟ ଲାଗେ ଜୀବନ ତା' ପାଇଁ
ପ୍ରେମିକ ପ୍ରେମିକା ମନ ଆକର୍ଷାଇ ।
ଆହା କି ମୋହନ ଦିବ୍ୟ ପ୍ରଶାନ୍ତି ରେ
ଆଦର , ଉଦ।ର ଭାବ ପୂର୍ଣ୍ଣ କରେ ।
ନବ ପ୍ରତିଭା ର ନବ ବିଭା ଭାର
ଅର୍ପଣ କରାଏ ନିତ୍ୟ , ନିରନ୍ତର ।
ଶ୍ରଦ୍ଧା ସ୍ନେହ ବହି ଆଦର ଆଦର୍ଶ
ଯୋଗାଏ ମନରେ ଉତ୍ତମ ସନ୍ଦେଶ ।
ବୁଣେ , ଶାନ୍ତ , ସ୍ନିଗ୍ଧ ମ।ଧୁଯ୍ୟ ର ମାୟା
ଭ୍ରମ।ଏ ପରାଣ ରଚି ମରୀଚିକା ।
ପ୍ରେମ, ଶ୍ରଦ୍ଧା, ନୁହେଁ ପିଲା ଖେଳ ପରି
ଅନେକ ଧାରଣା ଚେତନା କୁ ଧରି ।
ଦିବ୍ୟ ପୁଲକ ର ପ୍ଲାବନ ଖେଳାଇ
ଜୀବନ ଯାତ୍ରା କୁ କରେ ମଧୁ ମୟୀ ।