STORYMIRROR

Dharmaraj Majhi

Abstract

2  

Dharmaraj Majhi

Abstract

ପ୍ରେମ

ପ୍ରେମ

1 min
96

କାହା ପାଇଁ ଯଦି ,

ଆଖି ଭରି ଆସେ 

 ନୀରବିଯାଏ ଓଠ

କୁବେର ଭୁବନେ କୁହ ତୁମେ 

ଥାଏ କି ସୁଖର ଅଭାବ

ଦାନୀ ହୋଇ ସେ ନି8ସ୍ଵ ହେବାର

 ଅସ୍ପଷ୍ଟ ସେ କୁହୁକ ଭାବ

ତାକୁ କଣ ବା କହିବ ତୁମେ ,

.ପ୍ରେମ ନା ଆବେଗ


କେହି କନ୍ଧାଏ ବେଦରଦୀ ପରି

ହୃଦୟରେ ଭରି କୋହ,

ମୋହର  ଛନ୍ଦି କରେ ଛଳନା,

ଦେଉଥାଏ ଦୁଃଖ ଅହରହ ଆଉ ବେହିସାବ ବେଦନା

ସତେ ଅବା ମନ ଏକ କୁନି ଖେଳନା

ତାକୁ କଣ କହିବ ତୁମେ,

..ପଳାତକ ପୁଣ୍ୟ ନା ପ୍ରତାରଣା


ଦୂରେଇ ଯିବାର ରାଣ ଦେଇ ସେ ଜୀଉ ଥାଏ ନିର୍ବାସନ

ପାଇବା ପରର ହାରରେ ବି , ନ ଥାଏ ଅଭିମାନ

କନ୍ଧେଇ କାହାକୁ ନିଜେ କାନ୍ଧୁଥାଏ 

ଅନୁଭବି ପ୍ରେମକୁ ପ୍ରତିକ୍ଷଣ


ତୁମେ କହି ପାର ,ସେ ଭାବ ଅନୁପମ

ସେ ଯେ ପ୍ରକୃତ ପ୍ରେମ , ମାେ ପ୍ରେମ



ଭଲ ପାଇବାର ତୀବ୍ରତାକୁ କିଏ ବା ପାରିଛି ମାପି

ଭଲ ପାଇବାର ମଣିଷ ହିଁ ଯେ ନିରୀହ ପବିତ୍ର ପାପୀ


ହୃଦୟକୁ ଖିନଭିନ କରେ ନିତି ନିତି 

 ଜାବୁଡ଼ି ଧରି ମୋହ ର ମମତା ବିଗତ ଦିନର ସ୍ମୃତି

ଅଲୋଡା ବେନାମୀ ଚିଠିର ଠିକଣା ଆଜିବି ଖୋଜୁଛି ସାଥୀ

ସକାଳ ଯେମିତି ରୁଷି ଯାଇଅଛି ବିତୁ ନାହିଁ ଆଉ ରାତି


ଲୋହିତ ରକ୍ତ ଏବେ ଲୁହ ହୋଇ ଝରେ

ଆଖିରେ ଶ୍ରାବଣୀ ବନ୍ୟା

ଓଠ ସାଜେ ନୀରବ ଆକାଶ 

ପ୍ରେମର ଅର୍ଥ ସେ ବୁଝେ ନା


ହଁ ସେ ବୁଝେନା,

ଏ ପ୍ରେମକୁ ସେ ବୁଝିପାରେନା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract