STORYMIRROR

Khirodini Behera

Romance

2  

Khirodini Behera

Romance

ପ୍ରେମ

ପ୍ରେମ

1 min
162

ମୁଁ ଜାଣିଛି 

ତୁ ଏବେ ମତେ ଏଣେ ତେଣେ ଖୋଜୁଛୁ

ସଂମ୍ପର୍କ ହାଟରୁ ଉଦାସ୍ କିଣୁଛୁ


ମୁଁ ଜାଣିଛି 

ତୁ ଏବେବି ମତେ ତୋ ଜୀବନର

ଅର୍ଦ୍ଧେକ ସୁଖକୁ ଯାଚୁଛୁ

ରାତିରେ ତୋ ନିଦକୁ ହଜେଇ

ମୋ କବିତା ପଢ଼ୁଛୁ


ଜାଣିଛୁ ନା ବେଳେବେଳେ

ମଣିଷର ଚାଲିବା ପଥରେ 

ଅନେକ ଆସାମୀ

ଅନେକ ଅନୁଗାମୀ

ପାପ ଓ ପୁଣ୍ୟର ଅନେକ

ଆତ୍ମିୟଙ୍କ ଗହଣରେ

କହତ ତୁ କାହାକୁ ପୁଣି

ସଂନ୍ଦେହ କରୁଛୁ


ସତରେ ତୁ କ'ଣ କେବେ ପାଇବୁ 

ମୋ ଅଧା ଲେଖା ଜୀବନରେ ଲୁଚିଥିବା 

ସତ୍ୟର ସାରାଂଶ

ମୋ ନଥିବା ସ୍ଥଳେ ହେଉ ପଛେ

ସତରେ ତୁ କ'ଣ କେବେ ବୁଝିବୁ

କେବଳ ତୋ ପାଇଁ ବୋଲି

ଛିଣ୍ଡୁନଥିବା କଥାକଥିତ ମୋ

ନିଃଶ୍ବାସ ପ୍ରଶ୍ଵାସ


ଅଭାବି ମଣିଷ ଯେମିତି ହାରେ

ଯୁଦ୍ଧ ଓ ସମୟ ଆଗରେ

ମୋ ପରି ନୀରିହ ପ୍ରେମିକା ମାନେ ତ

ଠିକ୍ ସେମିତି ହାରନ୍ତି

ତୋ ପରି ବହୁରଙ୍ଗି ପ୍ରେମିକ ଆଗରେ

ଆଉ ବିଶ୍ଵାସ ଓ ଅବିଶ୍ଵାସର ଭାଷା କଣ ଯେ

ଏଇ ଦୁଃସାହସ

ଏକ ଭଲପାଇବା ର ଦମ୍ଭୋକ୍ତି

ତୋ ସହିତ ଅଛି ଥିବ ବୋଲି 

ସଂମ୍ପର୍କ ଅନେକ


ସେଇଥିପାଇଁ ବୋଧେ ଏବେ

ମିଛ ଆଉ ସତ ଜମା ନାହିଁ 

ଅଧା ଭିଜା ପ୍ରେମ ରଙ୍ଗେ ତୋର

ଯଦି ଅଛି ସେ ସୁଖ କି ମିଳିପାରେ

ଜୀବନରେ ମୋର


ଜନ୍ମ ମାନେ ହିଁ ମୃତ୍ୟୁ

ମୃତ୍ୟୁ ମାନେ ହିଁ ଜନ୍ମ 

ତା ମଝିରେ ଯେଉଁ ମୋହ ଜାଗେ

ସେଇ ବୋଧେ ତୋର ମୋର

ଏକ ଅଧାଗଢା ସଂମ୍ପର୍କର

ମୁଠେ ଅବିଚାର


ସମାଜର ସବୁତକ ପରିସୀମା ଡେଇଁ

ଦୁହିଁଙ୍କ ଇଚ୍ଛାରେ ଯାହା ଘଟିଥିଲା ଏଠି

ମୁଁ ସିନା ଏକା ଲେଖେ ବସି

ଲୁହ ଓ ଲହୁରେ

କିନ୍ତୁ ଅବଶୋଷ ଓ ଅଚିହ୍ନା ଗ୍ଳାନିରେ

ଏକା ଏକା ଭିଜୁଥା ତୁ ସେଠି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance