STORYMIRROR

Khirodini Behera

Inspirational

3  

Khirodini Behera

Inspirational

ବାପା

ବାପା

1 min
13.8K


ବାପା ମୋ ବାପା....

ନର୍କରୁ ସ୍ୱର୍ଗ ଯାଏ ଟାଣିନେବା ଭଳି ଅଭିଯାନଟିଏ

ମୋ ସବୁ ଠିକ୍ ଓ ଭୁଲ୍ କୁ ବାରଂବାର

ମାର୍ଜିତ କରୁଥିବା ଆତ୍ମଳିପିଟିଏ ।

ମୋ ବାପା...

ଦୁଃଖ ବେଳେ ଅଙ୍ଗୁଠି ସନ୍ଦିରୁ

ବହି ପଡୁ ଥିବା ଓଦା ପଣଟିଏ

ଭାବର ଆକାଶ ସହ କରୁଥିବା ଯୁକ୍ତି ଓ ଚୁକ୍ତି ପରି

ଭାଗବତର ସାରାଂଶ ଧାଡିଏ ।

ମୋ ବାପା...

ମହାନଦୀ ମହୋଦଧି ପରି ଇତିହାସଟିଏ

ହୁଏ ତ ସେ ତୁମ ପାଇଁ ଅତି ସାଧାରଣ

କିନ୍ତୁ

ମୋ ପାଇଁ ଯୁଧିଷ୍ଠିରଙ୍କ ନ୍ୟାୟ ନେତଟିଏ ।

କ୍ଷୀରୋଦିନୀ ବେହେରା ( ସ୍ୱପ୍ନା ) ଭୁବନେଶ୍ଵର


Rate this content
Log in

Similar oriya poem from Inspirational