STORYMIRROR

Khirodini Behera

Others

2  

Khirodini Behera

Others

ବାପା

ବାପା

1 min
2.9K


ମୋ ବାପା....

ନର୍କରୁ ସ୍ୱର୍ଗ ଯାଏ ଟାଣିନେବା ଭଳି ଅଭିଯାନ ଟିଏ

ମୋ ସବୁ ଠିକ୍ ଓ ଭୁଲ୍ କୁ

ବାରଂବାର ମାର୍ଜିତ କରୁଥିବା ଆତ୍ମଳିପି ଟିଏ ।

ମୋ ବାପା...

ଦୁଃଖବେଳେ ଅଙ୍ଗୁଠି ସନ୍ଦିରୁ ବହି ପଡୁ ଥିବା ଓଦା ପଣ ଟିଏ

ଭାବର ଆକାଶ ସହ କରୁଥିବା ଯୁକ୍ତି ଓ ଚୁକ୍ତି ପରି

ଭାଗବତର ସାରଂଶ ଧାଡିଏ ।

ମୋ ବାପା...

ମହାନଦୀ ମହୋଦଧି ପରି ଈତିହାସ ଟିଏ

ହୁଏତ ସେ ତୁମ ପାଇଁ ଅତି ସାଧାରଣ

କିନ୍ତୁ ମୋ ପାଇଁ ଯୁଧିଷ୍ଠିରଙ୍କ ନ୍ୟୟ ନେତ ଟିଏ ।


କ୍ଷୀରୋଦିନୀ ବେହେରା ( ସ୍ୱପ୍ନା ) ଭୁବନେଶ୍ୱର


Rate this content
Log in