ବ୍ୟଥିତ କୋଣାର୍କ
ବ୍ୟଥିତ କୋଣାର୍କ
ହସିବାର କଳା ଟିକେ ଶିଖିଅଛି ବୋଲି
ସେ ହସିଦେଲା
ତୁମେ ଯେବେ ପଚାରିଲ ମନକଥା
ତା ଦେହ ଓ ଦରଦର କଥା ।
ମୁଁ ଦେଖିଛି
ହସ ହସ ମୁହଁରେ ସେ ତୁମ ଆଗେ
ବଖାଣି ରଖିଲା
ବିଶୁ ମହାରଣା
ଧର୍ମପଦ ଓ
ବାରଶହ ବଢେଇଙ୍କ ପରିଶ୍ରମ ଗାଥା ।
ତୁମେ ଗଲାପରେ ପୁଣି ଆସିଥିଲେ
କେତେକେତେ କବି କଳାକାର
ଲେଖିବାକୁ କବିତା
ଖଞ୍ଜି ଦେଇ ନାନା ଅଳଙ୍କାର
ପୁଣି ସେଠି ଆସିଥିଲେ
ଦାର୍ଶନିକ, ଗବେଷକ ,ପ୍ରଚାରକ
ମନ୍ତ୍ରୀ ମହୋଦର ।
ତାକୁନେଇ ଏତେ ଗର୍ବ
ଏତେ ଯେ ଗୌରବ
କାନ୍ଦୁ କାନ୍ଦୁ ହସିଦେଇଥିଲା
କିନ୍ତୁ ତୁମେ କଣ ଦେଖିଛ ??
ତା ହସ ପଛର ଦୁଃଖକୁ
ଲୁହରେ ଅବିରତ ଭିଜୁଥିବା
ଏକ ଶବ ଶବ ଓ
ତା ଭିତରେ ଛଟପଟ ହେଉଥିବା ଶବ୍ଦ କୁ ..
ମୁଁ କିନ୍ତୁ ଦେଖିଛି
ଅସହାୟ ଶୀଳାନ୍ୟାସ
ମନକଥା କହିପାରୁନାହିଁ ବୋଲି
ସନ୍ତର୍ପଣରେ ଲୁହ ପୋଛୁଥିଲା ।
