ବର୍ଷା
ବର୍ଷା
1 min
13.3K
ତୋ ଆସିବାର ଆଭାସରେ
ମୁଁ ସାଇତି ଦେଇଥିଲି
ସମୁଦ୍ରେ ମମତା
ମୋହରେ ଓଲ୍ଲେଇ ଆସୁଥିଲା
ଆତ୍ମୀୟ ଆକାଶ
ନିଦ୍ରାଭଂଗ କରୁଥିଲା
ତୋ ହାତର କଅଁଳ ଉଷ୍ଣତା ।
ତୁ ହସୁଥିଲୁ..କିନ୍ତୁ
ଅବିଶ୍ୱାସର ପ୍ରହର ଭିତରେ
ରୁଦ୍ଧିମନ୍ତ ହେଉଥିଲା
ମରଣଠୁ ଉର୍ଦ୍ଧଗାମୀ ଆଶା
ମେଘର ମହ୍ଲାର ପରି
ମୋ ମନ ଅବସ୍ଥା ।
ଏବେ ତୋ ଅସହାୟତା ଓ
ମୋ ନୀରବତା...
କେଇ ହାତ ଦଉଡିରେ
ଖେଳୁଥିଲା ଦୋଳି
ମାପୁଥିଲା
ପୌରୁଷତ୍ୱର ଅହଂକାର
ଏଇ ମୋର ରକ୍ତାକ୍ତ ପାପୁଲି ।
ଭୁବନେଶ୍ୱର
କ୍ଷୀରୋଦିନୀ ବେହେରା ସ୍ୱପ୍ନା
Mo 9777729002
