ପ୍ରେମ ସମ୍ଭାରଣ
ପ୍ରେମ ସମ୍ଭାରଣ
ଶବ୍ଦର ଭାଣ୍ଡରୁ ସ୍ଵଳ୍ପ ଶବ୍ଦ ଗୁଞ୍ଜି
ବର୍ଣ୍ଣନା ମତେ ନୂତନ ଶବ୍ଦ ଖଞ୍ଜି ।
ତୁମ୍ଭ ସାଥେ ବିତିତ କ୍ଷଣ ଅପୂର୍ବ
ଅତୁଳନୀୟ ଭାବ ଆବେଗ ପୂର୍ବ ।
ପ୍ରେମର ସେ ଆୟାରମ୍ଭ ରବି ରଶ୍ମୀ
ମନେ ଉଜ୍ଜଳିତ ପ୍ରେମର ସେ ଭ୍ରାନ୍ତି ।
ଶ୍ୱେତ ଫର୍ଦ୍ଦେ ତୁମ୍ଭ ଶାନ୍ତ ଶତ ଗୁଣ
ରଚିତେ ତୁମ୍ଭ ରଚନା ସମ୍ଭାରଣ ।
କୁହୁକ ପ୍ରେମର ସେ ଯାଦୁ ତୁମ୍ଭର
ମାନସେ ବୁଲେ ହୋଇ ଚକ୍ର ଆକାର ।
ଗୁଣି ହୁଏ ମନ ତୁମ ପ୍ରେମ ଧାରା
ତୁମ୍ଭ ପ୍ରେମର ସେ ଅଜସ୍ର ଅସରା ।
କଳ୍ପନା ଯଳ୍ପନା ଯା ତୁମ୍ଭ ସ୍ମୃତି ରେ
କାଳୀ କାଳିମା ରେ ଆଙ୍କେ ଅଧିରେ ।
ପ୍ରେମ ପ୍ରକାଶର ସ୍ୱର ଗମ୍ଭିରତା
ନୟନେ ନିରେଖେ ତୁମ୍ଭ ଆତ୍ମୀୟତା ।
ବୃହତ୍ ଅକାଂକ୍ଷା ଆତ୍ମ ବିଭୋରତା
ଆତୁର କରେ ତୁମ ପ୍ରେମ ବ୍ୟାକୁଳତା ।
ଦିବସ ରଜନୀ କି ସମୟ ମାନ
ପ୍ରତି କ୍ଷଣେ ତୁମ୍ଭ ପ୍ରେମ ଭାବ ମାନ ।
ଆଙ୍କିବି ବର୍ଣ୍ଣିବି କି କରିବି ମୁହିଁ
ତୁମ୍ଭ ପ୍ରେମ କାବ୍ୟ କି ପଢିବି ମୁହିଁ ।
ଜ୍ଞାତହୀନ ଏ ସ୍ୱଳ୍ପ ବୁଦ୍ଧି ମୋର
କାହୁଁ କି ରୂପ ଦେବି ମୋ ପ୍ରେମର ।
ନୁହେଁ ଅର୍ଥ ହୀନ ନୁହେଁ ମର୍ମ ହୀନ
ପ୍ରେମ ଯୁଗାନ୍ତକ ଅମରତ୍ଵେ ଲୀନ ।
ସତ୍ୟ ପ୍ରେମ ମନେ ଥିବ ଛୁପି ରହି
ନା ଲିଭି ଯିବ ନା ହିଁ ସରିବ ସେହି ।
ଯୁଗାନ୍ତକାରୀ ଯୁଗାନ୍ତେ ଥିବ ରହି
ପବିତ୍ରର ସେ ଅସରନ୍ତି ଧାରା ନଇ ।
