STORYMIRROR

Satyabati Swain

Romance

3  

Satyabati Swain

Romance

ପ୍ରେମ ରଙ୍ଗ

ପ୍ରେମ ରଙ୍ଗ

1 min
170

ତୁମେ ଦେଖିଛି

ପ୍ରେମ ରଙ୍ଗ କେତେ ଗାଢ଼ !


ତୁମକୁ

ଦେଖିନି

ଚିହ୍ନିନି

କିନ୍ତୁ ଜାଣିଛି

ତୁମେ ମୋତେ ଭଲ ଲାଗ

ତୁମକୁ ଦେଖିବାକୁ ମନ କୁହେ

ତୁମର ସବୁ ସୁଖ ଦୁଃଖରେ

କିଛି ନ ହେଲେ ମିଠା

କଥା ପଦେ କହିବାକୁ ଇଛା ରଖେ

ତୁମକୁ ସବୁ ଖୁସି ମିଳୁ ବୋଲି

ପ୍ରାର୍ଥନା କରେ

ଏହାହିଁ ପ୍ରେମ।


ତୁମକୁ ଦେଖିଛି

ଜାଣିଛି

ଚିହ୍ନିଛି

ତୁମେ ମୋତେ ଜାଣିନ

ମୁଁ କିନ୍ତୁ ତୁମକୁ ଭାବିବାରେ

ନିଜକୁ ଭୁଲି ଯାଏ କିଛି କ୍ଷଣ

ଏ ହିଁ ପ୍ରେମ।


ପ୍ରେମ ଦିବ୍ୟ

ବିଦେହ

ଏହାର

ଲିଙ୍ଗ

ବୟସ

ଜାତି

ରଙ୍ଗ

ଗୋତ୍ର

ପ୍ରଭୁତ୍ୱ

ପ୍ରତିଷ୍ଠା

ପଇସା

କି କ୍ଷମତା ନଥାଏ

କେବଳ ଭାବର ସମୁଦ୍ରରେ ଦୁବାଇ ଦିଏ ପ୍ରେମ।


ଏହା ବିଶାଳ

ବ୍ୟାପ୍ତ

ଜୀଵ

ନିର୍ଜୀବ

କାହାକୁ ବି

କେତେବେଳେ ବି

ହୋଇପାରେ

ପ୍ରତିଟି ସମ୍ପର୍କ

ଯାହା ସହ

ପାଇଁ ଆମେ ଯୋଡି ହୋଇ ଥାଉ

ଜୀବନ ଜୀଇଁବା ପାଇଁ।


ଏହା ସମର୍ପଣ

ପୂଜା

ଏକ ଭାବ

ଅବସ୍ଥା

ପ୍ରେମ ହିଁ ଜୀବନ

ଅପ୍ରେମେ ଜୀବନ କାହିଁ 

ସବୁରଙ୍ଗକୁ ନେଇ ତ ପ୍ରେମ ରଙ୍ଗ !



Rate this content
Log in

Similar oriya poem from Romance