STORYMIRROR

Satyanarayan Sahoo

Action Classics

4  

Satyanarayan Sahoo

Action Classics

ପ୍ରେମ ର ପରବ

ପ୍ରେମ ର ପରବ

1 min
269


ଆସି ଅଛି ଏହି ଏ ଦୋଳ ଉତ୍ସବ

ରଙ୍ଗ ଖେଳେ ସର୍ବେ ରତ 

ଆନ ଆନ ଅଙ୍ଗେ ପରମ ତୃପ୍ତି ରେ

କରନ୍ତି ରଙ୍ଗ ଲେପିତ ।

ଗୁଣ୍ଡ ଅବିର ରେ ମୁଣ୍ଡ ଦିଶେ ଅତି

ଚମତ୍କାର ମନୋହର

ପାଣି ରଙ୍ଗ କେତେ ପିଚକାରୀ କଳ

ଧରି ଖେଳେ ଥାନ୍ତି ଭୋଳ ।

ଭୁଲି ଭେଦ ଭାବ ଈର୍ଷା, ଘୃଣା, ଲୋଭ

କଳୁଷିତ ଚିନ୍ତା ଧାରା

ଏହି ଦିନ ସର୍ବେ ରହି ଅନୁରାଗେ

କରି ନାନା ସ୍ଥାନେ ଖେଳା ।

ରଙ୍ଗ ଖେଳେ ସର୍ବେ ବାନ୍ଧି ପ୍ରେମ ପ୍ରୀତି

ଶ୍ରଦ୍ଧା ଆଦର ଆଦର୍ଶ

ସୌହାର୍ଦ୍ଦ୍ୟ ପୂର୍ଣ୍ଣତା ଅଭିବ୍ୟକ୍ତି ପାଇଁ

ଦେଉ ଉତ୍ତମ ସନ୍ଦେଶ ।


Rate this content
Log in

Similar oriya poem from Action