Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajay kumar Behera

Romance

4  

Ajay kumar Behera

Romance

ପ୍ରେମ ପୁଲକ

ପ୍ରେମ ପୁଲକ

1 min
224



ପୁନେଇ ରାତିରେ      ଚାନ୍ଦିନୀ ସାଥିରେ

     ଯୋଡ଼ିଲି ଜୀବନ ମୋର

ଏଡେକି ଲାଜେଇ      ଲାଜରେ ଲାଜରେ

     ଟାଣିଲା ଓଢଣୀ ତାର।୧।


ପ୍ରେମ ପୁଲକରେ        ପୁଲକିତ କରି

      ବାସେ ମହମହ ହୋଇ

ତାପରି ସୁନ୍ଦରୀ         ଗୋଟିଏ ହେଲେବି

      କୋଉଠି ମିଳିବେ ନାହିଁ।୨।


ଗୋଲାପୀ ଓଠରେ       ମଧୁର ଚୁମ୍ବନେ

      ଭରିଦିଏ ମିଠା ସିଏ

ତା ପାଇଁ ରାତିମୋ       ପାହି ଯାଏ କେବେ

      ସତରେ ଭୁଲି ମୁଁ ଯାଏ।୩।


ଶୟନେ ସପନେ          ଭାବନା ତାହାର

      କରେ ଆନମନା ମୋତେ

ଗୋଟିଏ ରାତିର          କୋଟିଏ ଆୟୁଷ

      ରଖିଛି ତା ପାଇଁ ସତେ।୪।


ନିରୀହ ଆଖି ତା          ଲାଜ ମିଶା ଓଠେ

       କହି ଦିଏ କେତେ କଥା

ତାହାରି କୋଳରେ          ରାତି ପାହି ଯାଏ

       ରଖି ଦେଇ ମୋର ମଥା।୫।



Rate this content
Log in

Similar oriya poem from Romance