ପ୍ରେମ ପତ୍ର
ପ୍ରେମ ପତ୍ର
ଆଉ ଥରେ ଲେଖନ୍ତି; ପ୍ରେମର,
ସେ ରାଗିଣୀକୁ,
ନିରର୍ଥକ ଭାବନାକୁ,
ସ୍ଥିତିହୀନ ଉନ୍ମାଦନାକୁ;
ଯାହା ଆଜି ମୋ ଚତୁଃପାର୍ଶ୍ୱରେ
ମଳୟ ହୋଇ ବହିଚାଲେ,
ବରଷା ହୋଇ ଝରିଯାଏ,
ଗ୍ରୀଷ୍ମ ହୋଇ ଜାଳିଦିଏ ।।
ବୃନ୍ତଚ୍ୟୁତ ଶେଫାଳିର
ଅସ୍ତିତ୍ବ ସିନା ସରିଯାଏ
କିନ୍ତୁ; ତା' ବାସ୍ନା ?
ତୁମ ଭାବନା ସହ
ମୁହୂର୍ତ୍ତ ସିନା ବିତିଯାଏ
କିନ୍ତୁ; ସେ ସ୍ମୃତି ?
ଝୁଲନ୍ତା ମେଘଖଣ୍ଡରେ
ଆଚ୍ଛନ୍ନ ସେ କୃଷ୍ଣାକାଶ
ଧୂଳି ବାଲି ମିଶ୍ରିତ
ସେ ଥଣ୍ଡା ଶୀତୁଆ ବାଆ ବତାସ,
ଏତେ ସବୁ ପ୍ରତିକୂଳତା ମଧ୍ୟ
ତୁମର ସେ ସଦ୍ୟ ଜାତ
ତୁହାକୁ ତୁହା ଉଷ୍ମ ନିଃଶ୍ବାସ
କୁହ ! ସମୟାନ୍ତରେ ଆଉ ଥରେ
ଫେରେଇ ଦି'ନ୍ତ ନାହିଁ ସେ ଅତୀତ ।।
ଯେଉଁଠି ତୁମେ ଆଉ ମୁଁ ବ୍ୟତିରେକ
ନ ଥିବ ଅନ୍ୟର ଚିହ୍ନବର୍ଣ୍ଣ
ନ ଥିବ ସମୟ ନିର୍ଘଣ୍ଟକର ଅବସାନ
ନ ଥିବ ଡର ଭୟର ଆବର୍ତ୍ତନ
ପୁଣିଥରେ; ଆଙ୍କି ଦେଉଥିବ
ଜୀବନର ସୁମଧୁର ଚିତ୍ରଙ୍କନ ।।