STORYMIRROR

Panchanan Jena

Romance

4  

Panchanan Jena

Romance

ପ୍ରେମ ପ୍ରବାହ

ପ୍ରେମ ପ୍ରବାହ

1 min
2

କବିତା - ପ୍ରେମ ପ୍ରବାହ
ରଚନା - ପଞ୍ଚାନନ ଜେନା
ତାରିଖ -୩୦-୧୨-୨୦୨୫
+++++++++++++++++
ପ୍ରେମ ହେଉ ହେଉ ଖାଲି ସନ୍ଦେହ
 ପ୍ରେମକୁ କରାଏ ଅସରନ୍ତି ପ୍ରବାହ
 ନା ସ୍ମୃତି ମରେ
ନା ପ୍ରୀତି ସରେ
ଖାଲି କନ୍ଦାଏ ଜଳାଏ ବିରହେ ଅହରହ
 ଆଉ ଏହି ହୁତୁ ହୁତୁ ହୋଇ ଜଳିବାରେ
 ଅଭିରା ପୁନେଇଁ କୁଟାବିଡ଼ା ପରି
 ଆଉ ଏହି ଦିକ୍ ଦିକ୍ ହୋଇ କୁହୁଳିବାରେ
 ବିହୁ ପୁଙ୍ଗଲ ଅଧାଜଳା କାଠଗଣ୍ଡି ପରି
 ଖୁନ୍ଦି ପୂରି ରହିଥାଏ ପରା ଦାମ୍ପତ୍ୟ ପ୍ରବାହ

 ପ୍ରେମ ସୁଧାନିଧି ପାଉ ପାଉ ଖାଲି ରାଉରାଉ
 ପ୍ରେମାନନ୍ଦେ ପବିତ୍ର ମହାପ୍ରସାଦ ତୃପ୍ତିପାଉ
 ନା କାମନା ସରେ
ନା ଯାତନା ମରେ
ଖାଲି ରାଗ ରୋଷା ଅଭିମାନେ ତତାଏ ଜାଉ
ଆଉ ସେହି ଆଡ଼ରୋଷାର କୋଳେ ଅନ୍ତରାଳେ
କଣେଇ ଜଣେଇ ହଣାରେ
ଆଉ ସେହି ବିକ୍ରୋକ୍ତିର ଛାୟାମାୟା ଚିତ୍ରତଳେ
ସ୍ୱର ଝଙ୍କାର ମେଲୋଡିରେ
 ଅନ୍ତଃସଳିତା ପ୍ରେମ ଫଲଗୁ ବହୁଥାଏ ମିଠାମହୁ

 ପ୍ରେମ ହେଉ ହେଉ ଅନନ୍ତ ଅପେକ୍ଷା ପ୍ରତୀକ୍ଷା
 ମାଗୁଥାଏ ତ୍ୟାଗ ତର୍ପଣ ଅନିର୍ବାଣ ଅଗ୍ନିପରୀକ୍ଷା
ନା ବାସନା ସରେ
 ନା ପ୍ରାର୍ଥନା ମରେ
ଖାଲି ତର୍କ ବିତର୍କର କଳି କଜିଆ କୁହୁଡି ଧୂଆଁ
 ଏହି ଶବ୍ଦଯୁଦ୍ଧର ଅଭ୍ୟାସୀ ଆଭାସୀ ନିଆଁରେ
 ବାଇଗଣ ଭଳି ପୋଡିବାରେ
 ଏହି ତୁଣ୍ଡ କମାଣର ତୋଫାନୀ ବର୍ଷଣ ଗର୍ଜନରେ
 ମୁରୁକି ହସିବାରେ
ପ୍ରେମ ବହି ପଡ଼େ ରସଗୋଲା ସିରା ପରି
ନସର ପସର ଜନ୍ମ ଜନ୍ମାନ୍ତର ତୀତୀକ୍ଷା

 ପ୍ରେମ ହେଉ ହେଉ ତୁଣ୍ଡ ବାଇଦ ଡ଼ବ ଡ଼ବ ଡେଙ୍ଗୁରା
ବାଟରେ ପଡି ହାଟରେ କିଣା ବିକା ଅସରା ପସରା
 ନା ତୁଣ୍ଡରେ ସରେ
 ନା ପିଣ୍ଡରେ ମରେ
ଖାଲି ଯାହା ଫୁସୁର୍ ଫାସର୍ ଢ଼ଙ୍ଗରେ ନାଗର ଦୋଳି ପରି ଘୁରେ
 ଆଉ ସେହି ଚକ୍ଷ୍ୟୁଲଜ୍ୟାକୁ ଲୁଚେଇ ଛପେଇ ଜିଇଁବାରେ
 ଆଉ ସେହି ପ୍ୟାର କିଆ ତୋ ଡରନା କ୍ୟା ର
ଅଦମ୍ୟ ସାହସରେ ଅସମ୍ଭବକୁ ଛୁଇଁବାରେ
ପ୍ରେମ ବିଶ୍ଵ ବିଜୟୀ ବୈଜୟନ୍ତ୍ରୀ ଉଡେଇ ଉଡେ ଫର ଫର ।


Rate this content
Log in

Similar oriya poem from Romance