STORYMIRROR

Panchanan Jena

Fantasy

4  

Panchanan Jena

Fantasy

ମହୁଲଫେଣା

ମହୁଲଫେଣା

1 min
1

କବିତା - ମହୁଲଫେଣା
ରଚନା - ପଞ୍ଚାନନ ଜେନା
ତାରିଖ -୨୯-୧୨-୨୦୨୫
++++++++++++++++
 ପ୍ରେମକୁ ପ୍ରେମ କଲା ପରେ
 ଏଠି ଅନେକ ଅପ୍ରେମ
 ପ୍ରେମକୁ ମନ ଦେଲା ପରେ
ଏଠି ଅନନ୍ତ ଭ୍ରମ
କେବେ କହେ
 ସାରାଜୀବନ ରହିବି ତୁମ ସାଥେ
 ଲତା ପରି ଗୁଡେଇ
ସାତ ଜନମ ବି କମ୍ ଲାଗିବ
 ନଡ଼ିଆ କୋରା ସଡେଇ
 ମତାନ୍ତର ମନାନ୍ତର ହେଲେ
କଥା କଟାକଟି ହେଲେ
 ପୁଣି କେବେ କହେ
କଥା ହେବିନି ରହିଲା ରାଣ
କଥା କହିଲେ ମୋ ମୁଣ୍ଡ ଖାଇବ ରାବଣ

 ପ୍ରେମୀକା ସହିତ ପ୍ରେମ ପରେ ପରେ
ଅନେକ ଯାତନା ଏଠି
 ଆଖିରେ ଆଖିରେ ଗେଲ ହେବା ପରେ
ଚାରି ପ୍ରାଣୀ କୁଟୁମ୍ବ ଏକାଠି
 କେବେ କହେ
 କୋଟିଏ ଭିତରେ ଗୋଟିଏ ତମେ
 ଗଳାହାର ଯାଇଛ ଲମ୍ଵେଇ
ପୁଳାଏ ଭିତରେ ହେଳାଏ ତମେ
ଗ୍ରାମପଥ ପରି ଅଙ୍କେଇ ବଙ୍କେଇ
ତେଲ ଲୁଣର ଅଭାବୀ ସଂସାର ତରୀ
କଥା କଥାକେ ମୁଁହରେ ଭେରୀ ମହୁରୀ
 ପୁଣି କେବେ କହେ
ବୋକା ମଣିଷ ମୋ ଆବୁ ପୁରୁଷ
 ଅଲଣା ଜୀବନ ସୁଖିଲା ରସ
ଠକ କଉଁଠିକାର ଅରଣା ମଇଁଷି
ଲଙ୍ଗଳଈଶ ପରି ଗାଲୁଆ ବେଶ

 ନଈ ବହେ ଝରଣା କହେ
 ଏଠି ଜୀବନ ପରା ଅମୃତ ଝରଣ
କୁହୁଡି ଡରାଏ କାକର ଥରାଏ
ଏଠି ଦାମ୍ପତ୍ୟେ ପରା ମଧୁର ଭରଣ
କେବେ କହେ
ଫୁଲେ ଫୁଲେ ଭ୍ରମର ବଜେଇ ବୀଣା
ଚୁମିଯାଏ ଅଧରପଣା
ରାଗ ରୋଷ ସବୁ ଚୁଲିଗାତକୁ ଯାଉ
 ଆଖେ ପାଖେ ରହୁ ମହୁଲ ଫେଣା


Rate this content
Log in

Similar oriya poem from Fantasy