ପ୍ରେମ ପାପ ନୁହେଁ
ପ୍ରେମ ପାପ ନୁହେଁ
ପ୍ରେମ ତ ଚିରନ୍ତନ, ଶାସ୍ବତ ,ଅବିନାଶି ଓ ପବିତ୍ର
ରହିଛି ଯୁଗେ ଯୁଗେ ସୃଷ୍ଟି ର ପ୍ରାରମ୍ଭରୁ
ସୃଷ୍ଟି ର ସର୍ଜନା ବେଳେ ସୃଷ୍ଟିକର୍ତ୍ତା ପଡିଥିଲେ ଦ୍ବନ୍ଦରେ
ସଂସାର ସୃଜନର ମୂଳ ପ୍ରେମ କୁ ହିଁ ବାଛିନେଲେ
ତା ପରେ ପ୍ରେମମୟ ହୋଇଗଲା ସଂସାରଟି
ତହିଁ ପାଇଁ ତ ଦେବତା ମାନେ ବି
ଲଳାୟିତ ଧରାବତରଣ ପାଇଁ
ପ୍ରେମ ଯଦି ପାପ ତ
ପ୍ରେମ ପାଇଁ ପାଗଳ ହେଉଥିଲେ
ସହସ୍ର ଗୋପୀ ଦ୍ବାପରରେ କାହିଁକି
ନିଜକୁ ସମର୍ପଣ କରିବା ପାଇଁ
ପ୍ରସ୍ତୁତ ଥାଇ କି ବି କୃଷ୍ଣା ଙ୍କୁ ବାରଣ କରିଥିଲେ କୃଷ୍ଣ
ଯାଚିଥିଲେ ସଖା ଅର୍ଜୁନଙ୍କୁ
ସଖୀ ଆଖ୍ୟା ଦେଇ ରଖିଲେ
ଦେହାତୀତ ସୂକ୍ଷ୍ମପ୍ରାଣସତ୍ତା ର ପ୍ରେମ
ସେଇ ପ୍ରେମ ଥିଲା ଦେହାତୀତ ,ଶାସ୍ବତ
ବିପରୀତ ଲିଙ୍ଗର ର ଆକର୍ଷଣ ତ ସ୍ବାଭାବିକ
ଯେମିତି ପ୍ରକୃତି ଓ ପୁରୁଷ ର ମିଳନରେ ସଂସାର ସୃଜନ
ହେଲେ ଦେହ ପାଇଁ ପ୍ରେମ ହେଲେ
ଗତି କରେ ପାପ ଆଡ଼କୁ
ବନିଯାଏ ମଣିଷ ନୃଶଂସ
ଯେଉଁଠି ପ୍ରେମ ଅଛି ସେଠି ପାପ ନାହିଁ
ଆଉ ଯେଉଁଠି ପାପ ଅଛି ପ୍ରେମ ନାହିଁ
ଆଉକେବେ ପ୍ରେମରୁ ଦେହ
ତ କେବେ ଦେହରୁ ପ୍ରେମ
କିନ୍ତୁ ପ୍ରେମ ପାଇଁ ପାପ ଅବା ଦେହ ପାଇଁ ପାପ
ପରିଚୟ ନୃଶଂସତାର
ସୃଷ୍ଟି ର ସମସ୍ତ ଜୀବ ଯଦି ବଞ୍ଚେ ପ୍ରେମ ପାଇଁ
ସିଏ ପବିତ୍ର ନିଶ୍ଚୟ
ହେଲେ ପ୍ରେମ କେବେ ପାପ ହୋଇ ପାରେନା ।

