STORYMIRROR

Sarojini Jena

Tragedy

3  

Sarojini Jena

Tragedy

ପ୍ରେମ ହିଁ ସତ୍ୟ

ପ୍ରେମ ହିଁ ସତ୍ୟ

1 min
140

ପ୍ରେମ ହିଁ ସତ୍ୟ ପ୍ରେମ ହିଁ ଶାଶ୍ୱତ

ଯେବେ ଚକ୍ଷୁ ମୁଦି ହୋଇଯାଏ......

ନିଶିଥ ରାତ୍ରରେ ତୁମେ ଆସ ବାରମ୍ବାର

ବିଜନ ବେଳାରେ ତୁମେ ଥାଅ ମୋର ପ୍ରତି ସ୍ପନ୍ଦନରେ....

ତୁମର ସେ ଓଠ ତୁମର ସେ ଆଖି 

ତୁମର ସେ ଶ୍ୟାମାଙ୍ଗ କମନୀୟ ରୂପ......

ତୁମର ଚତୁର୍ଦ୍ଧାମୂରତି ଚଳଚଞ୍ଚଳ କରେ ହୃଦୟକୁ ମୋର

ସଂସାରୁ ଟିକେ ଦୂରେଇ ଯାଏ 

ନିରବରେ ନିରୋଳାରେ ତୁମେ ହିଁ ଆସ....

ସ୍ୱପନ ନିଃଶ୍ୱାସ ପ୍ରଶ୍ୱାସ ପ୍ରତି ଭାବନାରେ

ନିରବେ ନୟନୁ ଲୋତକର ଧାର ଟିକେ ବହିଯାଏ.....

ନଥାଅ ତୁମେ.....ତୁମ ଶରୀର କିନ୍ତୁ 

ତୁମ ସତ୍ତା ଅନୁଭବ କରେ......

ତୁମ ସାହାରା ଅନୁଭବ କରେ

ସବୁ ଚିନ୍ତା ଚେତନା ତୁମକୁ ସମର୍ପି ଦିଏ.....

ତୁମେ ଅଛ ହୃଦୟକୁ ସାନ୍ତ୍ୱନା ମିଳେ

ପ୍ରତି କଷ୍ଟ ପ୍ରତି ମୁହୂର୍ତ୍ତ ପ୍ରତି ସମୟରେ

ଏଇ ବୋଧେ ପ୍ରେମ ଚିର ଶାଶ୍ୱତ ବିଶ୍ୱାସ.....

ଏଇ ବୋଧେ ପ୍ରେମ ନା ପାଇବାର ନା ହରାଇବାର

ଟିକେ ଅଭିମାନ କରେ ନିଶ୍ଚେ ତୁମେ ମୋ ଧୈର୍ଯ୍ୟ ସାହସ

ଏଇ ବିଶ୍ୱାସ ହିଁ ପ୍ରେମ.......

ପ୍ରତି କଣିକାରେ ଏହା ସତ୍ୟ ଏହା ନିତ୍ୟ

ଏହି ପ୍ରେମ ବନ୍ଦନୀୟ........ ll



Rate this content
Log in

Similar oriya poem from Tragedy