STORYMIRROR

Dr Baman Chandra Dixit

Tragedy

4  

Dr Baman Chandra Dixit

Tragedy

ପ୍ରେମ ଘର ପାଖେ

ପ୍ରେମ ଘର ପାଖେ

1 min
411

ଆଖି ଲୁହ ଢାଳି ଲିଭେଇ ପାରିନି

କୁହୁଳି କୁହୁଳି ଜଳୁଛି ନିଆଁ

କ୍ଷଣିକେ ବିରାମ ଅଳପ ଆରାମ

ଦି'ଦଣ୍ଡ ପରେ ଉଠୁଛି ଧୂଆଁ।


ଓଦା ପାଉଁଶକୁ ଆଙ୍ଗୁଳିରେ ଛୁଇଁ

ଆଶ୍ୱାସନା  କେବେ  ଆଉଁସି ଦିଏ

ହିଆ ଠେଲି କେବେ ଉଷୁମ ନିଃଶ୍ୱାସ

ଓଠ ଛୁଇଁ ଛାଏଁ ବାହାରି ଯାଏ

ପ୍ରେମ ବୋଲି ଯା'କୁ କୋଳେଇଥିଲି ମୁଁ

କେମିତି ହେଲା ସେ ଛଈ ଛଳନା ।


ଗୋଲାପରେ କଣ୍ଟା ଜାଣିବା ପରେବି

ଛୁଇଁବାର  ଆଶା  ଧରିଛି  ବୋଲି

ଅଳି କଳି କାନେ ପ୍ରଭାତୀ ପବନେ

କହିଛି  ଗୋପନେ ହାତ   ପାପୁଲି

ପ୍ରତିଶ୍ରୁତି ଆଜି ପ୍ରତାରଣା ସାଜି

ଛାତିରେ ଗେଞ୍ଜୁଛି ଚହଁକା ନିଆଁ ।


ଜଳେଇବା ପାଇଁ ଚାହୁଁଥିଲ ଯଦି

ଆଳୁଅର ଆଶା କିଆଁ ଭରିଲ  

ଉଆଁସି ଆଶାକୁ କୁଆଁସି ଆକାଶ

ଦେଖେଇ ଦେଖେଇ କିଆଁ ଠାରିଲ 

ବୁଝିପାରେ କଇଁ ଦେଖି ଜହ୍ନ ଛାଇ

ଜହ୍ନର ପୀରତି ମିଛିମିଛିଆ ।


ହାତ ପାପୁଲିରେ ଆଖି ସାଉଁଳେଇ

ସମୟକୁ ଯେବେ ଦେଖିଲି ଚାହିଁ

ଝାପସା ଝାପସା  ଦିଶୁଥିଲା ସବୁ

ଚଷମା କାଚରେ ବାମ୍ଫର ଛାଇ

ଗାମୁଛା କାନିରେ ପୋଛି ଦେଲାପରେ

ଝଲସି ଉଠିଲା ସାରା ଦୁନିଆଁ

ଛଳନା ହେଉ ବା ହେଉ ପ୍ରତାରଣା

ପ୍ରେମ ଘର ପାଖେ ଦୁହିଁଙ୍କ ଗାଁଆଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy