STORYMIRROR

Panchanan Jena

Tragedy

4  

Panchanan Jena

Tragedy

ପ୍ରେମ ଏଠି ଫେରାର୍

ପ୍ରେମ ଏଠି ଫେରାର୍

2 mins
0

କବିତା - ପ୍ରେମ ଏଠି ଫେରାର୍
ରଚନା - ପଞ୍ଚାନନ ଜେନା
 ତାରିଖ -୨୬-୦୨-୨୦୨୬
++++++++++++++++
 ଖବରକାଗଜ ପ୍ରଥମ ପୃଷ୍ଠାର
ଟିଭିରେ ଗରମା ଗରମ ଖବର
 ସୋସିଆଲ ମେଡିଆରେ ବହୁଳ ପ୍ରଚାର

 ରାସ୍ତା ମଝିରୁ ବନ୍ଧୁକ ଦେଖେଇ
 ବିବାହିତ ପ୍ରେମୀକାକୁ ନେଇ
ପୁରୁଣା ପ୍ରେମୀକ ଫେରାର୍

 ଦୁଇଟା ଛୁଆକୁ ଛାଡ଼ି ମା'
ଅତୀତ ପ୍ରେମୀକ ସହ ଭାଗିସ୍

 ଟିଉସନ୍ ମାଷ୍ଟର ସହ
ବାହା ହେବାକୁ ସ୍କୁଲ ଛାତ୍ରୀ ଜଣକ ଜିଦ୍ କରୁଛି
 ବିଷ ଖାଇବ ବୋଲି ଧମକ୍ ଦେଉଛି

 ଏହିସବୁ ସ୍ପର୍ଶକାତର ବିଷୟରେ ଭାବୁ ଭାବୁ
ଭାବନା ବିସ୍ତାର କଲି
ତର୍କ ବିତର୍କର ନିକିତିରେ ଓଜନ କଲି
 ପ୍ରେମର ପରିଭାଷା
 ସ୍ନେହର ପରମ ପ୍ରତ୍ୟାସା
ଭଲ ପାଇବାର ସମ୍ଭାବ୍ୟ ଅଙ୍କକଷା
ମନ ଦେବା ଦେବାର ମସଲା ଦୋଷା
ଇତ୍ୟାଦି ସିଦ୍ଧାନ୍ତରେ ଉପନୀତ ହେଲି ଯେ
ସବୁ ଦେହ ଦେହଳୀର ଅର୍ଗଳୀରେ
 ବନ୍ଧା ଛନ୍ଧା ପାଗଳ ଭ୍ରମର ଦଳ
 ମୌକାରେ ଚଉକା ମାରି ମାଂସ ବେପାରୀ ପରି
 ପବିତ୍ର ପ୍ରେମ ନାଁ ରେ କରୁଛନ୍ତି ଚମଡା ବେପାର

 ପ୍ରେମ - ସ୍ନେହ - ଭଲ ପାଇବା
 ଭାବିଲେ ଭାବନା ମଞ୍ଜରୀ
ଦେଖିଲେ ମୃଗତୃଷ୍ଣା ଲହରୀ
କହିଲେ ଶବ୍ଦଶୂନ୍ୟ ଜାଦୁଗରୀ
ଖୋଜିଲେ କଳ୍ପନା ଗାଗରୀ ନଗରୀ
ପ୍ରାର୍ଥନା କଲେ ଅତିମାନସ ସ୍ୱର୍ଗପୁରୀ
 ଇଛା କଲେ ହସ ଖୁସିର ଅଳକାପୁରୀ
ଏସବୁ ମିଳିଗଲେ ମୃଗନାଭି କସ୍ତୁରି

 ମାତ୍ର ନ ମିଳିଲେ
ଏହି ସବୁ ବିଭ୍ରାନ୍ତିକର ଷ୍ଟୋରୀ
 ସମାଜ ସହିତ ଲଢିବାକୁ
ସଂସ୍କାର ସଂସ୍କୃତି ବିରୁଦ୍ଧରେ ଛାତି ପତେଇବାକୁ
ଘର ପରିବାର ବାଧା ବନ୍ଧନ ଡେଇଁବାକୁ
 ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ
 ପୃଥିବୀର ସବୁ ଶକ୍ତି ସହିତ ଯୁଦ୍ଧ କରିବାକୁ
 ଶକ୍ତି ସାମର୍ଥ୍ୟ ନେଇ
 ଲକ୍ଷଣରେଖା ଡେଇଁ
ମାନ ସମ୍ମାନ ଠେଲି ଦେଇ
 ଫେରାର୍ ହେବାକୁ ବାଧ୍ୟ ହୁଏ
 ପରିସ୍ଥିତି ବଦ୍ଧପରିକର କରାଏ

 କାରଣ କେଦାର - ଗୌରୀ ହେବାକୁ
ଆଜିର କୃତିମ ବୁଦ୍ଧିମତା ଯୁଗରେ କିଏ ବା ଚାହେଁ?
ଗଜ ମୁର୍ଖ ପରି କୁହୁଡି ପହଁରି ଆଣ୍ଠୁ ଗଣ୍ଠି ପିଠି ଛିଡ଼ି
 ଚମଡ଼ା ଉତାରି କିଏ ବା ସହେ ?
 ହିରୋଇନକୁ ନେଇ ହିରୋ
 ଭାବି ବିବିକୁ ନେଇ ମିଆଁ
 ପ୍ରେମୀକାକୁ ନେଇ ପ୍ରେମୀକ ଫେରାର୍
କେବଳ ସମାଜର ସ୍ୱୀକୃତି ପାଇବାକୁ କଷ୍ଟସାଧ୍ୟ ଭାବି
ଡେଇଁ ଗଲେ ସାତ ସାଗର ତେର ନଈ ଏକାକାର୍


Rate this content
Log in

Similar oriya poem from Tragedy