STORYMIRROR

Gouri Panda

Romance

3  

Gouri Panda

Romance

ପ୍ରେମ ଦୀପ

ପ୍ରେମ ଦୀପ

1 min
11.9K



ପ୍ରେମ ର ଦୀପ ଜଳାଇ ଚାଲ

ପ୍ରେମ ରେ ଜୀବନ ତାଲେ ଭଲ। 

ପ୍ରେମ ରେ ଭରା ଦିନିଆ ସାରା

ପ୍ରେମ ସହଜେ ନ ଦିଏ ଧରା। 

ପ୍ରେମ ର ବାଟ ନୁହେଁ ସହଜ

ହେଲେ ବି ପ୍ରେମ କୁ ଆଗ ଖୋଜ। 

କଣ୍ଟକ ଭରିଛି ପ୍ରେମ ପଥେ

ସହଜ ଲାଗେ ଚାଲିଲେ ସାଥେ। 

ପ୍ରେମ ର ମଧୁ ପିଇଛି ଯିଏ

ତାକୁ ଅଟକାଏ ଏଠି କିଏ? 

ପ୍ରେମ କୁ ଯିଏ ବୁଝିଛି ଥରେ

ପ୍ରେମ ବାରିଧି ରେ ସ୍ନାନ କରେ। 

ପ୍ରେମ ଭରିଛି ଦୁନିଆ ସାରା

ବିଶ୍ବାସ ରେ ବହେ ପ୍ରେମ ଧାରା। 

ପ୍ରେମ ଧାରାରେ ଅମୃତ ବହେ

ପାନ କଲା ପ୍ରାଣୀ ସୁଖେ ରହେ। 

ପ୍ରତିପ୍ରାଣୀ ପାଉ ପ୍ରେମ ସୁଖ

ନରହୁ ଜୀବନ କିଛି ଦୁଃଖ। 

ପ୍ରେମମୟ ହେଉ ଏ ସଂସାର 

ପ୍ରେମମୟ ପ୍ରଭୁ ନିରାକାର। 



Rate this content
Log in

Similar oriya poem from Romance