STORYMIRROR

Pravatirani Mohanty

Romance

4  

Pravatirani Mohanty

Romance

ପ୍ରେମ ଦିବସ

ପ୍ରେମ ଦିବସ

1 min
377


ପ୍ରୀତିର ପାବଚ୍ଛେ ପ୍ରେମଋତୁ ଆସେ

ଚୋରା ମଳୟକୁ ଛୁଇଁ

ଗଛ ଲତା ପତ୍ର ପ୍ରକୃତି ସୁଷମା

ସଭିଏଁ ଉଠିଲେ ଚେଇଁ।

ନିବିଡ଼ ହୋଇଲେ ପ୍ରେମ ଦୁଇ ପକ୍ଷୀ

ସୁଖ ଦୁଃଖ ଦେଲେ ବାଣ୍ଟି

ଅନାବିଳ ପ୍ରେମ ଶାଶ୍ୱତ ସୁନ୍ଦର

ହିରା ଲୀଳା ଠାରୁ ଖାଣ୍ଟି।

ପ୍ରେମର ମୁରୁଜ ଆଙ୍କିଲେ ହୃଦୟେ

ସାତ ରଙ୍ଗ ଦେଲେ ଭରି

ଜଣଙ୍କର ବିନା ଅନ୍ୟ ଜଣେ ସଦା

ଦିବାନିଶି ହେଲାଝୁରି।

ମହାମିଳନର ପବିତ୍ର ବନ୍ଧନେ 

ବାଜେ  ଶୁଭ ଶଙ୍ଖଟିଏ  

ନିଚ୍ଛକ ପ୍ରେମର ଶାଶ୍ୱତ କାହାଣୀ

କେଦାର ଗୌରୀ ସିଏ ।

ଲେପ ନାହିଁ କେଡ଼େ ପ୍ରେମ ଅଧ୍ୟାୟରେ

କଳଙ୍କର ଇତିହାସ 

ସତ୍ୟ ଶିବ ଆଉ ସୁନ୍ଦରତମ 

ଏ ଆମ ପ୍ରେମ ଦିବସ।



Rate this content
Log in

Similar oriya poem from Romance