ପ୍ରେମ ଛନ୍ଦମୟ
ପ୍ରେମ ଛନ୍ଦମୟ
ସ୍ନେହ ମମତାର ଅମୃତ ଝରା
ଏ ତ ଧର୍ମର ଧାରା
ମଣିଷ ଜୀବନ ପର୍ଯ୍ୟାୟରେ,
ସପନ ମାଧୁର୍ଯ୍ୟ ଭରା ।
ମଣିଷର ଅଙ୍ଗେ ବହୁ ରଙ୍ଗ ବେରଙ୍ଗେ
ଆନନ୍ଦ ଭରି ଦିଏ ପ୍ରୀତି
ସେ ଭାବ, ଜୀବନ ସତ୍ତାର ଏକ
ସୁଧାମୟ ଗୀତି।
ତୁମ ଛନ୍ଦ ହେଲା ନିନାଦିତ ଏ
ମୋର ହୃଦୟ ମନ୍ଦିରେ
ତୋଳିଲା ଝଙ୍କାର ନାଚିଲା
ସପନ କେତେରେ ।
ଅରପିଲି ତନୁ ମନ, ପ୍ରେମମୟ
ଦୁନିଆରେ
ନରହିଲା ମାନ ଅଭିମାନ, ହଜିଗଲି
ସେ ପ୍ରୀତି ରାଗିଣୀର ସୁରେ ।
ଖୋଲା ହୃଦୟରେ ତୁମକୁ ସର୍ବଦା
ହୃଦୟରେ ଭରିଛି
ତୁମ ରୂପ ଛବି ହୃଦୟ-କାନନେ
ସଦା ମନ ମଧ୍ୟରେ ରଖିଛି ।
ଛାଡି ଯାଉଛ ମୋତେ, ତଥାପି
ତୁମର ଶୁଭ ମନାସେ ମୁଁହି
ସୁଖେ ଥାଅ, ତୁମ ସୁଖରେ ସୁଖୀ
ହେବି ତାହା ଚାହିଁ।

