ପ୍ରେମ ବିନା ଜୀବନ
ପ୍ରେମ ବିନା ଜୀବନ
ପ୍ରେମ ପ୍ରୀତି ଡୋରେ ବନ୍ଧା ଏ ଜୀବନ
ପ୍ରେମ ବିନା କେହି ଧରିଛି ଜୀବନ।
ପ୍ରେମ କରି ନାହିଁ କିଏ ଏ ସଂସାରେ
ଜୀବନରେ ପ୍ରେମ କରି ନାହିଁ ଥରେ।
ଏମିତି ହୃଦୟ ନାହିଁ ଯେ କାହାର
ପ୍ରେମ କରି ନାହିଁ ଜୀବନେ ତାହାର।
ପ୍ରେମ ଅନୁଭବ କରି ନାହିଁ ମନେ
ପ୍ରେମ ପ୍ରତିଭାଷା ବୁଝି ନାହିଁ ଦିନେ।
ପ୍ରେମ ବିନା ପ୍ରାଣ ଲାଗେ ରୁଚିହିନ
ପ୍ରେମ ନାହିଁ ଯହିଁ ମରୁଭୂମି ସମ।
ଶୈଶବରୁ ବାର୍ଦ୍ଧକ୍ୟରେ ଲୋଡା ପ୍ରେମ
ପ୍ରେମ ପ୍ରୀତି ହୃଦ କରେ ଆମନ୍ତ୍ରଣ।
ପ୍ରେମ ସତ୍ୟ ଶିବ ସୁନ୍ଦର ସଂସାର
ପ୍ରେମ ଚିରନ୍ତନ ମଧୁମୟ ଝର।
ଭିଜାଏ ହୃଦୟ ସ୍ମୃତି ସପନରେ
ଶିଶିର ଟୋପାରେ ଫଗୁଣ ବେଳାରେ।
ହୃଦ ଗଗନର ମୋତି ଫୁଲ ପ୍ରେମ
ପ୍ରୀତିବୋଲା ଶୀତଳତା ଶୁଭ୍ର ଜହ୍ନ।
ମନ ଗଭିରତା ଯାଏଁ ସଂକ୍ରମିତ
ପ୍ରେମ ଶ୍ଵାଶତ ଓ ଜୀବନ୍ତ ପବିତ୍ର।