STORYMIRROR

Sunanda Mohanty

Romance Fantasy Thriller

4  

Sunanda Mohanty

Romance Fantasy Thriller

ପ୍ରେମ ଆଉ କଣ କି

ପ୍ରେମ ଆଉ କଣ କି

1 min
395



ହୃଦୟର ଖଣ୍ଡେ କି ଫାଳେ ଟୁକୁଡା 

ସତେ ଓଉ ଦି ଫଡା 

ଅବା ଶୁଖା ରୂଖା ବରଡ଼ା 

ନଚେତ ଧାନ ଅମଳ ପର ନଡା 

ସେଥିରେ ବି ଲାଗେ ଉଈ 

ନଡା ଖାଇଯିବା ପରେ ଗାଈ 

ଆଉ କଣ ଥାଏ ପଚାର କହିବ

 ସୁନ୍ଦରୀ ସାହାଡା 

ଅବା ପଚା ନଡ଼ିଆ ପରି 

 ବାହାଡା ଦାନ୍ତ ହସ ବଢିଆ 

ଅବା ଐଶ୍ବର୍ଗୀକ ଚେତନାରେ 

ପିଢା ଉପରେ ଗୁଆ ଦି ଫଡା 

ମୁଠେ ଚାଉଳ ଅରୁଆ ଅବା ଦୁବ ସଙ୍ଗେ 

ଅଁଳା ବାହାଡା ହରିଡ଼ା 

ତ୍ରିଫଳା କହି ଗାଁରୁ ପଡା 

ମନ ବୁଝେନା ଆବୁଡ଼ା ଖାବୁଡ଼ା 

ପ୍ରେମ ଏକ ସତରଞ୍ଜି ଆଖେଡା 

ହୃଦୟରେ ବାଜୁଥିବା ମୃଦଙ୍ଗଟା 

 ଶୁଖିଲା ବରଡ଼ା କି ଫୋପଡ଼ା ଅବା ମଡ଼ା 

ନାଚୁଥିବା ଫୁଲବନେ ପ୍ରଜାପତି ପଡା 

ମୋରଡାରେ ଶୋଇଥାଏ ବାସି ଫୁଲତୋଡ଼ା 

ଭଅଁର ଗୁଞ୍ଜରଣରେ ସଜ ଅଭଡ଼ା 

ଖାଇ କିଏ ବର କନ୍ୟା ବାତେରା ଓଥରା ଜଡ଼ା 

କେଵେ ବି କହି ପ୍ରେମ ଗୋଟେ ଜୁଆ ଆଖେଡା 

ତଥାପି କୁଲେଇ ଉଖୁଡା 

ଏବେ ପ୍ରେମ ପାଖୁଡା ହେଲାଣି ପାଛୁଡା


Rate this content
Log in

Similar oriya poem from Romance