STORYMIRROR

Kabiratna Nutan Kumar Behera

Romance Classics Inspirational

4  

Kabiratna Nutan Kumar Behera

Romance Classics Inspirational

ମୋ ମନର ସାଧା କାଗଜରେ

ମୋ ମନର ସାଧା କାଗଜରେ

1 min
290


ମୋ ମନର ସାଧା କାଗଜରେ

ଲେଖିଦେଲ ତୁମେ ଯେଉଁ ପ୍ରେମ କବିତା

ପଢ଼ିଲେ ହେଉଛି ବହୁତ ଖୁସି

ପଢୁଛି ମୁଁ ଯେତେ ତା'ଠୁ ଭାବୁଛି ବେଶି

ଭଲ ପାଇବା ତୁମର ମୋ ପ୍ରତି ନିଆରା 

ଜାଣିଲି ମୁଁ ଯେବେଠୁ ଦେଇଛ ଲେଖି

ଭାବ ଭାଷା ତାର ମନଛୁଆଁ

ତା' ଛନ୍ଦ ତାଳର ମୂର୍ଚ୍ଛନା କରେ କିମିଆଁ

ପ୍ରତି ପଦେ ଲାଳିତ୍ଵ ଦେଇଛ ଭରି

ଶବ୍ଦ ସଂଯୋଜନା ତୁମ ଲାଗେ ଚମତ୍କାର

ଅନନ୍ୟ ସେ ଅଳଙ୍କାରର ଉପମା

ନ ପଢି ମୁଁ ରହି ପାରୁ ନାହିଁ ତ ଜମା

ମୋ ମନର ସାଧା କାଗଜରେ

କେମିତି ଲେଖିଲ ତୁମେ ଏତେ ସୁନ୍ଦର

କବିର କବିତ୍ଵ ଫୁଟାଇଛ ସୁମଧୁରେ

ସ୍ଵର ତାର ହୃଦୟେ ଗୁଞ୍ଜରେ

କବିତା ତୁମର ଲୋଭନୀୟା କମନୀୟା

ମୋତେ କରିଦିଏ ମନ୍ତ୍ରମୁଗ୍ଧ

ସଜଫୁଲ ପରି ମହକେ 

ବସି ପଢୁଥାଏ ନିତି ମୁଁ ଅପଲକେ

ଲେଖିଛ ଅନ୍ତରରୁ ଅନୁରାଗ ବୋଳି

ରଙ୍ଗ ଦେଇଛ ହୃଦୟସ୍ପର୍ଶୀ

ମୋ କଳ୍ପନା ଆଖିରେ ଉଠେ ଚହଟି

ତୁମଠାରୁ ମୋ ମନ ପ୍ରାଣ ଯାଏନା ହଟି

ମୋ ମନର ସାଧା କାଗଜରେ

ବାକି ଅଛି ଆଉ ଯେତିକି ବି ଜାଗା

ତୁମେ ହିଁ ଲେଖିବ ପ୍ରିୟତମ 

ଦେଇ ତୁମ ଅନାବିଳ ପ୍ରକୃତ ପ୍ରେମ

ଏତେ ଭରସା ବିଶ୍ଵାସ କରି ମୋତେ

ଅଜାଡ଼ି ଦେଇଛ ସ୍ନେହ ଶ୍ରଦ୍ଧା ସବୁ

କବିତାରୁ ବୁଝୁଛି ମୁଁ ସେ ଦର୍ଶନ

ପ୍ରେମ ବିନା ନାହିଁ ଜୀବନ

କବିତା ବନିତା ଲତାର ଯେତେ ସରଳତା

ଖୋଜେ ତୁମ ପରି ଏକ ସାହାରା

ବିକାଶେ ପ୍ରକାଶେ ପ୍ରତିଭା

ଫୁଟି ତା' ଆଭା ବଢ଼େ ସଂସାରର ଶୋଭା।।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance