STORYMIRROR

Geetanjali Prusty

Romance

4  

Geetanjali Prusty

Romance

ଲେଖିବି କବିତା ଟିଏ

ଲେଖିବି କବିତା ଟିଏ

1 min
247


ଆଜି କାହିଁ ମୋର ମନଟା ଚାହୁଁଛି

ଲେଖିବି କବିତା ଟିଏ

ସାତ ସିନ୍ଧୁକର ଫରୁଆ ଭିତରୁ

ମୋ ପ୍ରେମର ସୂତା ଖିଏ ll


କାହିଁ କେଉଁ କାଳୁ ଗଲାଣି ଯେ ବିତି

ଅପାସୋରା ସେହି ଦିନ

ଅଭୁଲା ସ୍ମୃତି ସେ ମଧୁଠୁ ମଧୁର

ଭାବ କରେ ମୋହାଚ୍ଛନ୍ନ ll


ମୋ ପ୍ରିୟାର ସେହି ଘନ କୁନ୍ତଳରେ

ଅଦିନିଆ ବାରି ସମ

ଘୋଡେଇ ଦେଇଛି ବାଦଲ ବାପୁଡ଼ା

ଲାଗେ ପାହାଡ଼ର ଭ୍ରମ ll


ପ୍ରୀତି ଭରା ତା'ର ନୟନ ଯୁଗଳୁ

ଝରୁଛି କାହାଣୀ ଯେତେ

ଅଧା ଲେଖା ସେହି ଉପନ୍ୟାସ ଆଜି

ହଜିଛି ଯନ୍ତ୍ରଣା ସାଥେ ll


ଶାମୁକା ଭିତରୁ ସାଇତା ସ୍ମୃତିକୁ

ମୁକ୍ତା ସମ ଆଜି ଖୋଜେ

ସମୟ ସାଥୀରେ ବୀରହ ବିଧୂର 

ପ୍ରେମରେ ଆଜି ବି ହଜେ ll


ନିତି ଲେଖେ ଚିଠି କେତେ ଲୁଚି ଛପି

ଲୁହର ବନ୍ୟାରେ ଭାସେ

କିଛି ହୁଏ ପ୍ରିୟା ହସ୍ତ ଗତ ପୁଣି

ମାଟିରେ ବି କିଛି ମିଶେ ll


ଅବ୍ୟକ୍ତ ଭାଷା ମୋ ମନ ମନ୍ଦିରରେ

ନିତି ନିତି ଘଣ୍ଟା ପିଟେ

ତଥାପି କେମିତି ମୋ ପ୍ରୀତି ପ୍ରତିଜ୍ଞା

ଅସରା ଲୁହରେ ଲୋଟେ ll


ସେଇ ଅଧା ଗଢ଼ା ପ୍ରେମର ମନ୍ଦିର

ମୁଖଶାଳା ଅଛି ରହି

ସମୟ ସାଥୀରେ ମିଶିଛି ଛାତିରେ

ରହିଛି ରହିବି ଚାହିଁ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance