ପାନ୍ଥଶାଳା
ପାନ୍ଥଶାଳା
ପାନ୍ଥଶାଳାର ଆଜି ମୁଁ ଅତିଥି
ନିର୍ଜନ ଗୃହରେ କଟାଉଛି ରାତ୍ରୀ
ଛାତି ତଳେ ଅଛି ଅସରନ୍ତି ଭୀତି
ବିତିବ କିପରି ଏ କାଳର ରାତ୍ରୀ ||
ମିଞ୍ଜି ମିଞ୍ଜି ଜଳେ ପ୍ରଦୀପର ଶିଖା
ଆଖ ପାଖେ କେହି ନଦିଅନ୍ତି ଦେଖା
ଅସରିରୀ ଆତ୍ମା ସତେ ଯାଏ ଦେଖା
ବସିଛି ମୁଁ ଏକା କେହିନାହିଁ ସଖା ||
ଶୁଭେ ଶୃଗାଳର ବିକଟାଳ ସ୍ୱର
ଭୟରେ ଛାତିଟା ଥରିଯାଏ ମୋର
ନସ୍ଫୁରଇ ବାକ୍ୟ ଶ୍ୱାସ ରୁଦ୍ଧ ମୋର
ସତେ ଅବା ବିହୀ ହେଲା ମୋରେ କ୍ରୁର ||
ଗବାକ୍ଷ୍ୟ ଫାଙ୍କରେ ରହିଛି ଅନାଇଁ
କେବେ ଯିବ ଏହି କାଳରାତ୍ରୀ ପାହି
ପ୍ରଭାତ ହୁଅନ୍ତେ ରବି ଯିବେ ଉଇଁ
ଅପଲକ ନେତ୍ରେ ରହିଛି ମୁଁ ଚାହିଁ ||
ଦିନ ଥିଲା ଏଠି ପୂର୍ଣ୍ଣ ଥିଲା ଘର
କାଳକ୍ରମେ ଆଜି କଲେ ସାତପର
ନିଜ କାର୍ଯ୍ୟ ସାରି ଗଲେ ନିଜପୁର
ଜନଶୂନ୍ୟ ଆଜି ଏ ଭଙ୍ଗା ନଅର ||
ଭଙ୍ଗା ମନ ନେଇ ପଡ଼ିଅଛି ମୁହିଁ
ଇଚ୍ଛାକଲେ ମଧ୍ୟ ପାରୁନାହିଁ ଯାଇ
ଆଦରି ନେଇଛି ପାନ୍ଥଶାଳାକୁହିଁ
ଜୀବ ଯିବାଯାଏଁ ରହିଥିବି ଚାହିଁ ||