STORYMIRROR

ଅଜୟ କୁମାର ସାହୁ

Abstract Romance

4  

ଅଜୟ କୁମାର ସାହୁ

Abstract Romance

ଲାଜେଇ ପ୍ରିୟା

ଲାଜେଇ ପ୍ରିୟା

1 min
250

ଫଗୁଣର ଫଗୁ ଯେଦିନ ପଡ଼ିଲା

ତୁମରି ଦେହରେ ପ୍ରିୟା,

ରଙ୍ଗୀନ୍ ଦେହରେ ଓଢଣା ଘୋଡାଇ

ଲାଜ କରୁଥିଲ ନୂଆ !


ଲାଜବତୀ ଝିଅ ଲାଜେଇ ପ୍ରିୟା ତୁ

ଚନ୍ଦ୍ର ବଦନୀ ଯେ ମୁହଁ,

ଲାଜରେ ଲାଜେଇ ଦେହକୁ ଭିଜେଇ

କଣେଇ କଣେଇ ଚାହଁ।


ଆଖିରେ ତୁମର କଜଳର ଗାର

ଆକର୍ଷଣ ସତେ କରେ,

ସେଥିପାଇଁ ବୋଧେ ପହଞ୍ଚି ମୁଁ ଯାଏ

ନିତି ତୁମରି ପାଖରେ..!


ଅଧର ଧାରରେ ଅଳପ ହସିଲେ

ଲାଗ ତମେ ରାଜଜେମା,

ସୁନ୍ଦରୀ, ରୂପସୀ ସବୁଠୁ ଲାଜେଇ

ନାହିଁ ତୁମର ଉପମା।


ତୁମକୁ ଦେଖିଣ ସୁନ୍ଦରୀ ମୟୂରୀ

ବିନା ମେଘରେ ବି ଝୁମେ,

ସେଥିପାଇଁ ବୋଧେ ମୋର ଏ ହୃଦୟ

ପଡ଼ିଗଲା ତୁମ ପ୍ରେମେ..!


ବଡ଼ ଲାଜକୁଳୀ ବଡ଼ ଅଭିମାନୀ

ଭାରି ଅଝଟିଆ ଝିଅ,

ପ୍ରତିଟି କଥାରେ ବାହାରକରୁ ତୁ

ଅଡ଼ୁଆ ସୂତାର ଖିଅ।


ତୁମର ଆଉ ମୋର ସମ୍ପର୍କ ପ୍ରିୟା

ରହିଛି ଅନେକ ଦିନୁ ,

ତୁମକୁ କେବେବି ଜୀବନରେ ମୋର

ଲିଭେଇବି ନାହିଁ ମନୁ।


ତୁମ ଖୁସିରେ ମୁଁ ଖୁସି ହୁଏ ପ୍ରିୟା

ତୁମରି ଦୁଃଖରେ ଦୁଃଖୀ,

କଥାଦିଅ ମୋତେ କରିବନି ପର

ହେବ ମୋ ଜୀବନ ସାଥୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract