ପ୍ରେମ- ୧୪
ପ୍ରେମ- ୧୪
କେହି ଜଣେ କହୁଥିଲେ
ମଣିଷକୁ ପ୍ରେମ ହେଲେ
ମଣିଷ, ମଣିଷ ହେଇ ରୁହେନା
ଗୋଟାପଣେ ପାଲଟିଯାଏ ଦେବତା
ସେଇ ଦେବତା
ଯୋଉ ଦେବତାରୁ
ସତ୍ୟ ଦୟା କ୍ଷମା ତ୍ୟାଗ
ପବିତ୍ରତାର ଅମୃତ ବିନ୍ଦୁ
ଝରିପଡେ ମାଟିରେ
ସେଇ ମାଟି ଯୋଉ ମାଟିରୁ
ପୁଣି ଗଜୁରି ଉଠେ ମଣିଷଦେବତା
ଏବେ ଆପେ ବୁଝିନିଅ
ପ୍ରେମ ଅର୍ଥ ଆଉ ଲେଖୁନାହିଁ
ମୋ କବିତା ଭିତରେ

